Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ’ଣ ସତରେ ଚା’ ପିଇବା ଦ୍ବାରା ଚର୍ମର ରଙ୍ଗ କଳା ପଡିଯାଏ ? ଜାଣନ୍ତୁ କେତେ ରହିଛି ସତ୍ୟତା…

7/06/2023 at 10:02 AM

ନୂଆଦିଲ୍ଲୀ ୦୭।୦୬: ଭାରତରେ ରହିଛନ୍ତି ଅନେକ ଚା’ ପ୍ରେମୀ । ପ୍ରାୟ ଅନେକ ଲୋକଙ୍କର ସକାଳ ଚା’ ପିଇବା ସହିତ ଆରମ୍ଭ ହୋଇଥାଏ । କିଛି ଲୋକ ତ ଗୋଟିଏ ଦିନରେ ୧୦-୨୦ କପ ଚା’ ପିଇଥାନ୍ତି । କିନ୍ତୁ ଅଧିକ ଚା’ ପିଇଲେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଅନେକ ସମୟରେ ଶୁଣିଥିବେ ଚା’ ପିଇବା ଦ୍ବାରା ରଙ୍ଗ କଳା ପଡିଯାଏ । କିନ୍ତୁ ଏହି କଥାରେ କେତେ ରହିଛି ସତ୍ୟତା, ଜାଣନ୍ତି କି  ?  ଆସନ୍ତୁ ଜାଣିବା….

ସମସ୍ତେ ଜାଣିଥାନ୍ତି ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ ଚା’ । ପ୍ରାୟତଃ ଛୋଟ ପିଲାମାନେ ଚା’ ପିଇବାକୁ ଜିଦି କରିଥାନ୍ତି । ସେମାନଙ୍କୁ ଭୟଭୀତ କରାଇବା ପାଇଁ ଏପରି କୁହାଯାଇଥାଏ । ତେବେ କିଛି ଲୋକ ଏହି ଗୁଜବକୁ ସତ ବୋଲି ମଧ୍ୟ ମାନି ନେଇଥାନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ସଠିକ୍ ପ୍ରମାଣ ମିଳିନାହିଁ ଯେ ଚା’ ପିଇବା ଦ୍ବାରା ଚର୍ମର ରଙ୍ଗ କଳା ପଡିଯାଏ । ଏହା କେବଳ ଆପଣଙ୍କ ଜୀବନଶୈଳୀ ଉପରେ ନିର୍ଭର କରେ ।

ଅନେକ କୁହନ୍ତି ଯେ ଚା’ ପିଇବା ଆମ ଶରୀର ପାଇଁ ଉପକରୀ । ବ୍ଲାକ୍ ଟି, ଗ୍ରୀନ୍ ଟି, ୟେଲୋ ଟି ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ । ଏହା ପିଇବା ଦ୍ବାରା ଆମ ଶରୀରରେ ଥିବା ଟକ୍ସିକ୍ ପଦାର୍ଥ ବାହାରିଯାଇଥାଏ ଓ ଏହା ଅନେକ ରୋଗରୁ ରକ୍ଷା କରିଥାଏ। ଚାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହାକି ଆମ ଶରୀରରେ ଫ୍ରି ରେଡିକାଲର ପ୍ରଭାବକୁ ହ୍ରାସ କରିଥାଏ ।

ପ୍ରାୟତଃ ସମସ୍ତେ କ୍ଷୀର ଚା’ ପିଇବାକୁ ପସନ୍ଦ କରନ୍ତି। ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ। କ୍ଷୀର ଚା’ ପିଇବା ଦ୍ବାରା ଶରୀରରେ ହଜମ ଶକ୍ତି ହ୍ରାସ ପାଇଥାଏ। ଏହା ଦ୍ବାରା କୋଷ୍ଠକାଠିନ୍ୟ ବଢିଥାଏ। ଏହା ସହ ଆପଣଙ୍କୁ ଡାଇବେଟିକ୍ ସମସ୍ୟା ମଧ୍ୟ ହୋଇପାରେ।

You Can Read:

   Related Posts