ନୂଆଦିଲ୍ଲୀ: ୫୦ ବର୍ଷ ପରେ ପୁଣି ଜହ୍ନରେ ପହଞ୍ଚିଲା ଆମେରିକା । ଚନ୍ଦ୍ରପୃଷ୍ଠରେ ଓହ୍ଲାଇଲା ଆମେରିକାର ମହାକାଶ ଯାନ ଫାଲକାନ୍-୯ । ଭାରତର ଚନ୍ଦ୍ରଯାନ-୩ ଓହ୍ଲାଇଥିବା ନିକଟବର୍ତ୍ତୀ ସ୍ଥାନରେ ଓହ୍ଲାଇଛି । ୧୯୭୨ରେ ଆମେରିକାର ଆପୋଲୋ ମିଶନ ଚନ୍ଦ୍ରମାରେ ଓହ୍ଲାଇଥିଲା । ନିଲ୍ ଆମଷ୍ଟଙ୍ଗ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ । ତେବେ ଏବେ ଆମେରିକାର ଓଡିସିୟସ୍ ବା ଓଡି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି । ଏହା ୬ଟି ଗୋଡ଼ ଥିବା ରୋବଟ୍ ଲ୍ୟାଣ୍ଡରକୁ ବିକଶିତ କରିଛି ଏକ ଘରୋଇ କମ୍ପାନୀ ‘ସ୍ପେସ୍-ଏକ୍ସ’ ।
wp:embed {"url":"https://www.prameyanews7.com/2-cops-dead-30-injured-during-dilli-chalo-march-says-haryana-police/","type":"wp-embed","providerNameSlug":"prameya-news-7"} /wp:embedଭାରତୀୟ ସମୟ ଶୁକ୍ରବାର ଭୋର୍ ୪ଟା ୩୦ ମିନିଟରେ ଚନ୍ଦ୍ରର ଅନ୍ଧାରିଆ ସ୍ଥାନ ଦକ୍ଷିଣ ମେରୁରେ ଓଡିସିୟସ୍ ଲ୍ୟାଣ଼୍ଡିଂ କରିଛି । ଦକ୍ଷିଣ ମେରୁ ଠାରୁ ୩୦୦କିଲୋମିଟର ଦୂରରେ ମାଲପାର୍ଟ-A ନାମକ ସ୍ଥାନରେ ଓହ୍ଲାଇଛି ଘରୋଇ ଲ୍ୟାଣ୍ଡର । ପୂର୍ବରୁ ଦକ୍ଷିଣ ମେରୁରେ ଓହ୍ଲାଇଥିଲା ଇସ୍ରୋର ବିକ୍ରମ ଲ୍ୟାଣ୍ଡର । ଏବେ ଏହି ସ୍ଥାନରେ ପହଞ୍ଚି ଆମେରିକା ଦ୍ବିତୀୟ ଦେଶ ହୋଇଛି ।
wp:html/wp:htmlYour order was delivered… to the Moon! 📦@Int_Machines' uncrewed lunar lander landed at 6:23pm ET (2323 UTC), bringing NASA science to the Moon's surface. These instruments will prepare us for future human exploration of the Moon under #Artemis. pic.twitter.com/sS0poiWxrU
— NASA (@NASA) February 22, 2024
ଓଡିସିୟସ୍ ଲ୍ୟାଣ଼୍ଡିଂ କରିବା ପରେ ତୁରନ୍ତ ସ୍ପେସ୍ ସେଣ୍ଟରକୁ ସିଗନାଲ୍ ଦେଇଥିଲା । ମିଶନର ନିର୍ଦ୍ଦେଶକ ଡ. ଟିମ୍ କ୍ରେନ୍ କହିଛନ୍ତି, ହ୍ୟୁଷ୍ଟନ, ଓଡିସିୟସକୁ ନିଜର ନୂଆ ଘର ମିଳିଯାଇଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସହଯୋଗରେ ଘରୋଇ କମ୍ପାନୀ ସ୍ପେସ୍-ଏକ୍ସ ଏହି ମିଶନକୁ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇଛି । ଅନ୍ୟଜଣେ ଅଧିକାରୀ କରିଛନ୍ତି, ଏହି ମିଶନ ବହୁ ମୁସ୍କିଲ୍ ଥିଲା, ହେଲେ ଏବେ ଆମେ ଚନ୍ଦ୍ରପୃଷ୍ଠରେ । ନାସାର ପ୍ରଶାସକ ବିଲ୍ ନେଲସନ ଏକ ଭିଡିଓ ସନ୍ଦେଶ ଜାରି କରି ସ୍ପେସ୍-ଏକ୍ସକୁ ଶୁଭେଚ୍ଛା ଜଣାଇଛନ୍ତି ।