ଆମେରିକାରେ ହରିଣଙ୍କ ଦେହରୁ ମିଳିଲା କୋଭିଡ ଆଣ୍ଟିବଡି, ଚିନ୍ତାରେ ବୈଜ୍ଞାନିକ

Published By : Prameya-News7 Bureau | August 04, 2021 IST

ୱାସିଂଟନ : କରୋନା ଭାଇରସ ମହାମାରୀ ସମଗ୍ର ମାନବ ଜାତି ଲାଗି ଏବେ ବିପଦ ଭାବେ ଉଭା ହୋଇଛି। ବିଶ୍ୱରେ ମହାମାରୀ ବ୍ୟାପିବା ପରଠାରୁ ଲୋକେ ଗତ ଦେଢ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ଡରି ଡରି ବଞ୍ଚିଛନ୍ତି। ତେବେ ଏହି ଭୂତାଣୁ ସଂକ୍ରମଣରୁ ବନ୍ୟପ୍ରାଣୀ ଯେ ବର୍ତ୍ତି ଯାଇଛନ୍ତି ତା ନୁହେଁ। ଆମେରିକାରେ ବନ୍ୟପ୍ରାଣୀଙ୍କ ଉପରେ କୋଭିଡ-୧୯କୁ ନେଇ କରାଯାଇଥିବା ଅଧ୍ୟୟନରୁ ପୂର୍ବୋତ୍ତର ଯୁକ୍ତରାଷ୍ଟ୍ରର ଧଳା ଲାଞ୍ଜୁଡା ହରିଣଙ୍କ ଦେହରେ କରୋନା ଆଣ୍ଟିବଡି ଥିବା ଜଣାପଡିଛି।

{"id":490542,"width":839,"height":565,"sizeSlug":"full","linkDestination":"none"}

ଜଙ୍ଗଲର ଏକ ତୃତୀୟାଂଶ ହରିଣଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବା ଅର୍ଥାତ ହରିଣମାନେ ମଧ୍ୟ କରୋନାରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଥିବାର ପ୍ରମାଣ ମିଳିଛି। ଗବେଷଣା ଲାଗି ବୈଜ୍ଞାନିକମାନେ ଏହି ଧଳା ଲାଞ୍ଜୁଡ ହରିଣ (ଓଡୋକୋଇଲିୟସ୍ ଭର୍ଜିନିୟନସ)ଙ୍କୁ  ବାଛିଥିଲେ। ସିରୋ ସର୍ଭେ ପାଇଁ ବଛା ଯାଇଥିବା ୪୦ ପ୍ରତିଶତ ନମୁନାରୁ ଆଣ୍ଟିବଡି ମିଳିଛି। ଏଥିରୁ ଏହି ହରିଣମାନେ କୋଭିଡ ସଂସର୍ଗରେ ଆସି ସାରିଥିବା ସ୍ପଷ୍ଟ ହୋଇଯାଇଛି।

{"id":490543,"width":839,"height":672,"sizeSlug":"full","linkDestination":"none"}

କରୋନା ଭାଇରସ ମହାମାରୀରୁ ରକ୍ଷା କରିବା ଲାଗି ମଣିଷମାନଙ୍କର ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ହେଉଛି। ଏହା ସତ୍ତ୍ୱେ ଭୂତାଣୁ ଜୀବନଜନ୍ତୁଙ୍କଠାରେ ସଂକ୍ରମଣ ହେଉଥିବାରୁ ଏବେ ଚିନ୍ତାର କାରଣ ପାଲଟିଛି। ଏଥିରୁ ଭୂତାଣୁ ମଣିଷଠାରୁ ପଶୁଙ୍କୁ ବ୍ୟାପିବା ଓ ପୁଣି ନୂଆ ମ୍ୟୁଟେସନ କରି ମଣିଷ ପାଖକୁ ଫେରିବା ନୂଆ ସମସ୍ୟାର କାରଣ ହୋଇପାରେ। ଗବେଷକମାନେ ଗତ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ବନ୍ୟ ଜୀବନ ପରୀକ୍ଷଣ ପ୍ରକଳ୍ପରେ ୩୮୫ଟି ବ୍ଲଡ ସାମ୍ପଲ ସଂଗ୍ରହ କରିଥିଲେ। ଏଥିରୁ ୧୫୨ଟି ସାମ୍ପଲରେ ଆଣ୍ଟିବଡି ମିଳିଛି।

{"id":490545,"width":839,"height":806,"sizeSlug":"full","linkDestination":"none"}

ସାମ୍ପଲରୁ ମିଳିଥିବା ଆଣ୍ଟିବଡିରୁ ଭୂତାଣୁ ହରିଣ ପ୍ରଜାତିରେ ବ୍ୟାପିଥିବାର ପ୍ରମାଣ ମିଳିଛି ବୋଲି ଆମେରିକା କୃଷି ବିଭାଗ ମୁଖପାତ୍ର ନେଚର ମ୍ୟାଗାଜିନକୁ କହିଛନ୍ତି। ଏଣୁ ଅନ୍ୟ ରାଜ୍ୟରେ ମଧ୍ୟ ହରିଣ ସଂକ୍ରମିତ ହୋଇଥାଇପାରନ୍ତି। ତେବେ ପଶୁଙ୍କଠାରେ କରୋନା ସଂକ୍ରମଣ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ଇଣ୍ଡୋନେସିଆ ରାଜଧାନୀରେ ଥିବା ପ୍ରାଣୀ ଉଦ୍ୟାନରେ ୨ଟି ବିରଳ ସୁମାତ୍ରା ବାଘ କରୋନା ଭୂତାଣୁରେ ସଂକ୍ରମଣ ହୋଇଥିଲେ। ସେମାନେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ସେହିପରି ଭାରତରେ ମଧ୍ୟ ନେହେରୁ ଜିଓଲଜିକାର ପାର୍କ ହାଇଦ୍ରାବାଦରେ ଏସିୟ ସିଂହ ସଂକ୍ରମିତ ହୋଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.