ମାୟାନଗରୀ ମୁମ୍ବାଇରେ ସଫଳ ଓଡ଼ିଆ ପୁଅ : ମଡେଲିଂ କ୍ଷେତ୍ରରେ କରୁଛନ୍ତି କମାଲ୍

Published By : Prameya-News7 Bureau | August 12, 2019 IST

ମୁମ୍ବାଇ(ରଞ୍ଜନ ଆଚାର୍ଯ୍ୟ) ୧୨/୮: ମାୟାନଗରୀ ମୁମ୍ବାଇରେ ସଫଳ ଓଡ଼ିଆ ପୁଅ । କେବେ ମୁମ୍ବାଇ ସିନେ ଜଗତ ଓଡ଼ିଆ ମାନଙ୍କ ପାଇଁ ସ୍ବପ୍ନ ଥିଲା । କିନ୍ତୁ ଆଜି ସମୟ ବଦଳିବା ସହିତ ମାନସିକତାରେ ପରିବର୍ତ୍ତନ ଆସିଛି । ବହୁ ଓଡ଼ିଆ ଯୁବକ ଯୁବତୀ ଏବେ ମାୟାନଗରୀରେ ପାଦ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରି ସଫଳ ହୋଇଛନ୍ତି । ସେହିପରି ବ୍ରହ୍ମପୁର ଗାନ୍ଧୀନଗର ସନ୍ତୋଷ ଆଚାର୍ଯ୍ୟ କାଷ୍ଟିଙ୍ଗ୍ ଓ ମଡେଲିଙ୍ଗ୍ କରି ବେଶ ସୁନାମ ଅର୍ଜନ କରିଛନ୍ତି ।

{"id":143519,"width":550,"height":284}

ସୁଜଲ କମ୍ପାନୀରେ କାର୍ଯ୍ୟରତ ସନ୍ତୋଷଙ୍କ କମ୍ପାନୀର ଶାଖା ଦିଲ୍ଲୀ, ମୁମ୍ବାଇ ବେଙ୍ଗାଲୁରୁ ସମେତ  କାନାଡ଼ାରେ ମଧ୍ୟ ଅଛି ।  ସେ ବିଭିନ୍ନ ହିନ୍ଦୀ, ତାଲିମ, ତେଲୁଗୁ ଓ କାନାଡ଼ା ଫିଲ୍ମ ପାଇଁ କଳାକାର ଯୋଗାଇଛନ୍ତି । ସେହିପରି ସନ୍ତୋଷଙ୍କ କମ୍ପାନୀରେ ଲଣ୍ଡନ, ଆମେରିକା, ଋଷିଆ ଭଳି ଦେଶର ମଡେଲ ମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବେଙ୍ଗାଲୁରୁରେ ପ୍ରଫେସନାଲ ଷ୍ଟଡି ସାରିବା ପରେ ସେ କିଛି ଦିନ ଦୁବାଇରେ କାର୍ଯ୍ୟରତ ଥିଲେ ।

{"id":143520,"width":585,"height":302}

ସେଠାରେ ହିଂପି କଳାକାରଙ୍କ ସଂସ୍ପର୍ଶରେ ଆସି କିଛି ଅଭିଜ୍ଞତା ହାସଲ କରିବା ପରେ ନିଜର ମଡେଲିଂ କମ୍ପାନୀ ଆରମ୍ଭ କରିଛନ୍ତି । ବଲିଉଡ଼ର ବହୁ ବିଶିଷ୍ଟ କଳାକାରଙ୍କ ସହ କାମ କରିଥିବା ସନ୍ତୋଷ ସିନେ ଜଗତରେ ପାଦ ରଖିବାକୁ ଚାହୁଁଥିବା ଓଡ଼ିଆ ଭାଇଭଉଣୀଙ୍କ ପାଇଁ ମଧ୍ୟ ସର୍ବଦା ସାହାଯ୍ୟ ମନୋବୃତ୍ତି ରଖିଛନ୍ତି ବୋଲି କୁହନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.