oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଅମିତା ପଣ୍ଡାଙ୍କୁ ମିସେସ ୟୁନିଭର୍ସ ମୁକୁଟ, ଓଡ଼ିଆ ଝିଅ ପୁଣି ଥରେ ଆଣିଲେ ଗୌରବ

3/01/2020 at 5:37 PM

ଭୁବନେଶ୍ୱର  ୩.୧-  ମିସେସ୍ ୟୁନିଭର୍ସ-ଥ୍ରୀ ଅମିତା ପଣ୍ଡା । ଓଡିଆ ଝିଅ ଏବଂ ଓଡ଼ିଶାର ବୋହୂ ଅମିତା ପଣ୍ଡା ପୁଣି ଥରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।ନିକଟରେ ଚୀନରେ ଅନୁଷ୍ଠିତ ୪୨ ତମ ମିସେସ୍ ୟୁନିଭର୍ସ  ପ୍ରତିଯୋଗୀତାରେ ଏହି ମୁକୁଟ ବିଜୟିନୀ ହୋଇଛନ୍ତି ଶ୍ରୀମତୀ ଅମିତା ପଣ୍ଡା । ଏବି  ବିଶ୍ୱସ୍ତରୀୟ ସୁନ୍ଦରୀ ପ୍ରତିଯୋଗୀତାରେ  ବିଭିନ୍ନ ଦେଶରୁ ମୋଟ ୯୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।   ତେବେ ଅମିତାଙ୍କ ଭଳି କୌଣସି ଭାରତୀୟ ମହିଳା  ପୂର୍ବରୁ ଏପରି ସଫଳତା ହାସଲ କରିନାହାନ୍ତି । ମିସେସ ୟୁନିଭର୍ସ ଥ୍ରୀ ୨୦୧୯ ପୂର୍ବରୁ ଏକାଧିକ ସୁନ୍ଦରୀ ପ୍ରତିଯୋଗୀତାରେ ରାଜ୍ୟ ପାଇଁ ଗୌରବ ଆଣିସାରିଛନ୍ତି ଅମିତା । ମିସେସ ସେଣ୍ଟ୍ରାଲ ପାସିଫିକ୍ ଏସିଆ ୟୁନିଭର୍ସ -ଥ୍ରୀ ୨୦୧୯ ମୁକୁଟ ବିଜୟିନୀ ଅମିତା ପଣ୍ଡା ତା ଆଗରୁ ୨୦୧୮ ରେ ମିସେ୍ସ ଇଣ୍ଡିଆ ଗାଲାକ୍ସି ଏବଂ ମିସେସ୍ ସୋସିଆଲ ଆଇକନ୍ ମୁକୁଟ ହାସଲ କରିସାରିଛନ୍ତି ।

ଜୀବନକୁ ଏକ ଶିଖିବାର ଜାଣିବାର ଅଭିଜ୍ଞତା ଭାବେ ଗ୍ରହଣ କରିଥିବା ଅମିତା ପଣ୍ଡା ତାଙ୍କର ସଫଳତା ତାଙ୍କ ପରିଶ୍ରମ ସହ ପରିବାର ଏବଂ ଶୁଭେଚ୍ଛୁଙ୍କ ସହଯୋଗ, ସମର୍ଥନକୁ ଶ୍ରେୟ ଦେଇଥନ୍ତି । ଜେଣ୍ ସଫ୍ଟୱେର ଇଞ୍ଜିନିୟର ଅମିତା ପଣ୍ଡା ଗୋଟିଏ କନ୍ୟାସନ୍ତାନର ମାଆ । ସେ ଜଣେ ସମାଜସେବୀ ଭାବେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କୁ ମାନବିକ ଅଧିକାର ସଂପର୍କରେ ସଚେତନ କରିବାର ଅଭିଯାନରେ ସାମିଲ ଅଛନ୍ତି । ଜଣେ ହୃଦରୋଗ ବିଶେଷଜ୍ଞଙ୍କ ପତ୍ନୀ ଅମିତା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗୀତାରେ ଜଣେ ସଫଳ ପ୍ରତିଯୋଗୀ ।

   Related Posts