ନିରୁଦ୍ଧିଷ୍ଟ ବାୟୁସେନା ବିମାନରେ ଓଡିଆ ପାଇଲଟ ଥିବା ସୂଚନା, ନିଖୋଜ ପାଇଲଟ ଗଞ୍ଜାମ ଜିଲ୍ଲାର ସୁମିତ ମହାନ୍ତି

Published By : Prameya-News7 Bureau | June 07, 2019 IST

ଭୁବନେଶ୍ବର ୭।୬:  ଆସାମ  ଜୋରହଟରୁ ଗତ ୩ ତାରିଖ ଦିନ ଅଋଣଚଳ ପ୍ରଦେଶ ମେଚୁକା ଅଭିମୁଖେ ଯାଇଥିବା ଭାରତୀୟ ବାୟୁସେନା ବିମାନ ଏଏନ-୩୨ର ଏଯାଏଁ ସନ୍ଧାନ ମିଳିନାହିଁ। ଏହି ବିମାନର ଚାଳକଦଳ ସଦସ୍ୟଙ୍କ ମଧ୍ୟରେ  ଜଣେ ଓଡିଆ ପାଇଲଟ ଥିବା ଶୁକ୍ରବାର ସୂଚନା ମିଳିଛି। ବିମାନକୁ  ଫ୍ଲାଇଂ ଲେଫ୍ଟନାଣ୍ଟ ମୋହିତ ଗର୍ଗ ଚଳାଉଥିବା ବେଳେ ତାଙ୍କ ସହ କୋ ପାଇଲଟ ଥିଲେ ଆଶିଷ ତମ୍ବର ଓ ସୁମିତ ମହାନ୍ତି। ସୁମିତ ଗଞ୍ଜାମ ଜିଲ୍ଲା ବାଲିଆପଲ୍ଲୀ ଅଞ୍ଚଳରେ ବୋଲି ସୂଚନା ମିଳିଛି। 

{"id":120708,"width":578,"height":667}

ନିଖୋଜ ବିମାନରେ ୫ ଜଣ ଯାତ୍ରୀ ଓ ୮ ଜଣ ଚାଳକଦଳ ସଦସ୍ୟ ମୋଟ ୧୩ ଜଣ ଥିଲେ। ୩ ଜୁନ ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ବିମାନ ଆସାମ ଜୋରହାଟ ବାୟୁସେନା ଘାଟିରୁ ଅଋଣାଚଳର ମେଚୁକା ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଅଭିମୁଖେ ଉଡାଣ କରିଥିଲା। ତେବେ ଉଡାଣ କରିବାର ୫୫ ମିନିଟ୍ ପରେ ଗ୍ରାଉଣ୍ଡ ସମ୍ପର୍କ ବିଛିନ୍ନ ହୋଇଥିବା ନେଇ ବାୟୁସେନା ସୂଚନା ଦେବା ସହ ତୁରନ୍ତ ସନ୍ଧନ ନିମନ୍ତେ ପଦକ୍ଷେପ ନେଇଥିଲା। 

{"id":120709}

ନିଖୋଜ ବିମାନ ପଛେ ପଛେ ଗୋଟିଏ  ଏଏଲଏଚ୍ଏ ହେଲିକପ୍କଟର ସି-୧୩୦ ଜେ  ସହ  ଏକ ଏମଆଇ-୧୭ ବିମାନକୁ ପଠାଯାଇଥିଲା। ତେବେ ନିଖୋଜ ପରିବହନ ବିମାନର କୌଣସି ସନ୍ଧାନ ମିଳିନଥିଲା। ବିମାନ ନିଖୋଜକୁ ନେଇ ନାନା ସନ୍ଦେହ ଲାଗିରହିଥିବା ବେଳେ ବିମାନରେ ଥିବା ଚାଳକଦଳ ସଦସ୍ୟ ଓ ଯାତ୍ରୀଙ୍କ ପରିଚୟ ମିଳିବାର ଲାଗିଛି। ଓଡିଆ ପାଇଲଟ ସୁମିତ ମହାନ୍ତି ମଧ୍ୟ ଏଥିରେ ଯାତ୍ରା କରୁଥିଲେ ବୋଲି ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.