ରେଳ ବଜେଟରୁ ଓଡିଶାକୁ ଏଥର କଣ ମିଳିଲା ଜାଣନ୍ତୁ

Published By : Prameya-News7 Bureau | February 01, 2019 IST

ଭୁବନେଶ୍ବର୧|୨: ରେଳ ବଜେଟରୁ ଓଡିଶାକୁ ଏଥର ମିଳିଛି ୭୦୧୦ କୋଟି ଟଙ୍କା । ଗତ ବର୍ଷ ଠାରୁ ଏହା  ୧୩ ପ୍ରତିଶତ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି । ବିଭିନ୍ନ ପ୍ରକଳ୍ପ, ବିଦ୍ୟୁତିକରଣ, ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା, ୱାର୍କସପ, ରେଳ ଧାରଣା ନିର୍ମାଣ ଏବଂ ରେଳ କର୍ମଚାରୀଙ୍କ ବିଭିନ୍ନ ସୁବିଧା ବାବଦରେ ଏହି ପାଣ୍ଟି ଖର୍ଚ୍ଚ ହେବ । ଏହି ପାଣ୍ଟି ମଧ୍ୟରୁ ୨୬୩୦ କୋଟି ଟଙ୍କା ନୂଆ ରେଳ ଲାଇନ ବିଛାଇବା ପାଇଁ ଉଦ୍ଦିଷ୍ଟ । ଗତ ବର୍ଷ ଠାରୁ ଏହା ୬୭ ପ୍ରତିଶତ ଅଧିକ । ଯାତ୍ରୀଙ୍କ ସୁବିଧା ପାଇଁ ଗତ ବର୍ଷ ମାତ୍ର ୮୨ କୋଟି ଟଙ୍କା ମିଳିଥିବାବେଳେ ଚଳିତ ବର୍ଷ ଏହା ୧୮୧ କୋଟିକୁ ବୃଦ୍ଧି ପାଇଛି । ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ମଧ୍ୟରୁ ଅନୁଗୁଳ-ସୁକିନ୍ଦା ରୋଡ ୯୮.୭ କି.ମି ପାଇଁ ୨୫୦ କୋଟି ଟଙ୍କା ମିଳିଥିବାବେଳେ  ହରିଦାସପୁର-ପାରାଦୀପ ୮୨ କି.ମି ରେଳ ଲାଇନ ପାଇଁ ୪୦୦କୋଟି, ଖୋର୍ଦ୍ଧାରୋଡ-ବଲାଙ୍ଗିର ୨୮୯ କି.ମି ପାଇଁ ୩୫୦କୋଟି, ତାଳଚେର-ବିମଳାଗଡ ୧୫୪ କି.ମି ପାଇଁ ୧୫୦ କୋଟି, ଜୟପୁର-ମାଲକାମଗିରି ୧୨୭ କି.ମି ପାଇଁ ୭୦କୋଟି, ଜୟପୁର-ନବରଂଗପୁର ୩୮କି.ମି ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି ।

{"id":80810}

ସେହିଭଳି ସମ୍ବଲପୁର-ତାଳଚେର ମଧ୍ୟରେ ରାସ୍ତା ଦୋହରିକରଣ ପାଇଁ ୨୪୯ କୋଟି, ସମ୍ବଲପୁର – ଟିଟିଲାଗଡ ରାସ୍ତାର ଦୋହରିକରଣ ପାଇଁ୧୭୦ କୋଟି, ବାଂଶପାଣି-ଜଖପୁରା ରାସ୍ତାର ଦୋହରିକରଣ ପାଇଁ ୮୫ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି, ବିଜାନଗରମ-ସମ୍ବଲପୁର ତୃତୀୟ ଲାଇନ ପାଇଁ ୩୫୦ କୋଟି , ଜରପଡା-ବୁଢାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୧୨୦କୋଟି, କୋରାପୁଟ-ସିଂଗାପୁର ରୋଡ ଦୋହରିକରଣ ପାଇଁ ୨୦୫ କୋଟି, ବୁଢାପଙ୍କ-ସାଲେଗାଓଁର ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୨୧୦ କୋଟି, ମନୋହରପୁର-ବନ୍ଧମୁଣ୍ଡା ତୃତୀୟ ଲାଇନ ପାଇଁ ୪୦ କୋଟି, ଝାରସୁଗୁଡା-ରାଉରକେଲା ତୃତୀୟ ଲାଇନ ପାଇଁ ୧୫୦ କୋଟି , ବନ୍ଧମୁଣ୍ଡା-ରାଉରକେଲା ତୃତୀୟ ଲାଇନ ପାଇଁ  ୨୦ କୋଟି ଟଙ୍କା ବଜେଟରେ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.