‘ଫୋନି’ ପରବର୍ତ୍ତୀ ପୁନଃଉଦ୍ଧାର ଓ ବାତ୍ୟା ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲା ଏନଡିଏମଏ ଟିମ୍
13/06/2019 at 3:28 PM

ଭୁବନେଶ୍ବର ୧୩|୬: ଫୋନି କ୍ଷୟକ୍ଷତି ଆକଳନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୩ ଜଣିଆ ସଦସ୍ୟଙ୍କ ସହ ଆଜି ରାଜ୍ୟ ସରକାରଙ୍କ ବୈଠକ ଶେଷ ହୋଇଛି । ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଏନଡିଏମଏ ପ୍ରତିନିଧି ଦଳ ୨ ଦିନ ଧରି ଖୋର୍ଦ୍ଧା ଓ ପୁରୀର ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ପୁନଃଉଦ୍ଧାର ଓ ବାତ୍ୟା ପରିଚାଳନାକୁ ଏହି ଟିମ୍ ପ୍ରଶଂସା କରିଛନ୍ତି । ସେ ଆହୁରି କହିଛନ୍ତି ବାତ୍ୟାରେ ହାଉସିଂ, ଟେଲିକମ, ଇଲେକ୍ଟ୍ରି ଏସବୁ ସର୍ବାଧିକ କ୍ଷତି ହୋଇଛି । ଏନପିଆରଏପି ଆକ୍ଟ ଅନୁସାରେ ସହାୟତା ପରିମାଣ ବଢାଇବାକୁ ଅନୁରୋଧ କରାଯାଇଛି । ଗତକାଲି ରାଜସ୍ବ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲା ଟିମ୍ । ଖୁବ୍ ଶୀଘ୍ର ଏହି ଟିମ୍ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିବେ ।