ଦୁବାଇ ଏକ୍ସପୋ ୨୦୨୦ରେ ପ୍ରଦର୍ଶିତ ହେବ ଓଡିଶାର କାଳଜୟୀ ସିନେମା, ଆୟୋଜକ ଓଡିଶା ସମାଜ ୟୁଏଇ

Published By : Prameya-News7 Bureau | October 09, 2021 IST

ଭୁବନେଶ୍ଵର ୦୯।୧୦: ଓଡିଶାର ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଫିଲ୍ମ ନିର୍ମାତା, ପ୍ରମୋଟର ଏବଂ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଏବଂ ଏହାର ସଂଗଠନ CINEMA4GOOD ସହଯୋଗରେ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକି ଦେଶରେ ଓଡିଆ ନିବାସୀଙ୍କ ସବୁଠୁ ବଡ ସଂଘ ଓଡିଶା ସମାଜ ୟୁଏଇ ଦ୍ଵାରା ଏକ ଭିନ୍ନ ଧରଣର ଫିଲ୍ମ ସମାରୋହ ଆୟୋଜନ କରିବାକୁ ଯାଉଛନ୍ତି। ୨୦୨୧ ଅକ୍ଟୋବର ୨୨ ଏବଂ ୨୩ ତାରିଖରେ ଦୁବାଇରେ ପ୍ରତିଷ୍ଠିତ ବିଶ୍ଵ ଏକ୍ସପୋ ୨୦୨୦ରେ ସମୟରେ 'ସିନେ ଓଡିଶା- ଓଡିଶାର କାଳାତୀତ ସିନେମା' ପ୍ରଦର୍ଶିତ ହେବ।

ଏହି ଫେଷ୍ଟିଭାଲ ଆୟୋଜନ କରାଯିବାର ଉଦ୍ଦେଶ୍ୟ ଓଡିଶାର ସମୃଦ୍ଧ କଳା, ସଂସ୍କୃତି, ଭାଷା ଏବଂ ଐତିହ୍ୟକୁ ବିଶ୍ଵ ଦରବାରରେ ପରିଚିତ କରାଇବା। ଏହି ସମୟରେ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ 'ମାୟା ମୃଗ'(ନୀରଦ ମହାପାତ୍ର), ନୀରବ ଝଡ(ମନମୋହନ ମହାପାତ୍ର ୧୯୮୪), ଲାବଣ୍ୟ ପ୍ରୀତି(ଅପୂର୍ବ କିଶୋର ବୀ, ୧୯୯୨), ଇନ୍ଦ୍ରଧନୁର ଛାଇ(ସୁଶାନ୍ତ ମିଶ୍ର, ୧୯୮୪), ତାରା(ବିଜୟ ଜେନା/ଡୋଲି ଜେନା ୧୯୯୨), ଯାତ୍ରା ଜୀବନ ଯାତ୍ରା(କପିଳାସ ଭୂୟାଁ, ୨୦୦୬), କଥାନ୍ତର(ହିମାଂଶୁ ଶେଖର ଖଟୁଆ,୨୦୦୬), ସମୟ ଛାତିରେ(ଶଙ୍ଖଜିତ ଦେ,୨୦୧୬), ଦ ଲର୍ଡ ଅଫ ଦ ୟୁନିଭର୍ସ(ଶିବୁ ପୃଷ୍ଟି, ୨୦୧୬), କାଲିର ଅତୀତ(ନୀଳ ମାଧବ ପଣ୍ଡା,୨୦୧୯), ଶଳା ବୁଢାର ବଦଲା(ସବ୍ୟସାଚୀ ମହାପାତ୍ର,୨୦୧୯) ପ୍ରଦର୍ଶିତ କରାଯିବ।

{"id":524765,"sizeSlug":"full","linkDestination":"none"}

ଅନ୍ୟପଟେ ଓଡିଆ ସିନେ ଇଣ୍ଡଷ୍ଟ୍ରୀ ନିଜର ୮୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି। ଏହି ଉତ୍ସବ ଦିଗ୍‌ଜ ଫିଲ୍ମ ହସ୍ତୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ହେବ, ଯାହାଙ୍କୁ ରାଜ୍ୟ ଗତ ଦୁଇ ବର୍ଷରେ କରୋନା ମହାମାରୀ ସମୟରେ ହରାଇଛି। ଦୁବାଇରେ ଆୟୋଜିତ ହେଉଥିବା ଏହି ଦୁଇ ଦିବସୀୟ ଉତ୍ସବ ସମୟରେ ଅନେକ ପ୍ୟାନେଲ ଆଲୋଚନା ଏବଂ ଉଦ୍ୟୋଗ ମଞ୍ଚ ମଧ୍ୟ ଆୟୋଜିତ ହେବ। ଏଥିରେ ଉଦ୍ୟୋଗ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଆୟୋଜନର ଅଂଶଗ୍ରହଣ କରାଯିବାର ଆଶା ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଦୁବାଇରେ ଅନେକ ବର୍ଷ ହେବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟ ଜରିଆରେ ଓଡିଆ ସଂସ୍କୃତିକୁ ପ୍ରୋତ୍ସାହନ ଦେବା କାର୍ଯ୍ୟ ଜାରି ରହିଛି।  ବିଶ୍ଵର ସବୁଠୁ ବଡ ପ୍ରଦର୍ଶନୀ ମଞ୍ଚ ଏକ୍ସୋ ୨୦୨୦ ଦୁବାଇରେ ଆମେ ଭିନ୍ନ ସ୍ଵାଦର ଫିଲ୍ମ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛୁ ବୋଲି କହିଛନ୍ତି ୟୁଏଇ ଓଡିଆ ସମାଜର ସଭାପତି ଅମିୟ କୁମାର ମିଶ୍ର। ସେ କହିଛନ୍ତି ଆମେ ଜିତେନ୍ଦ୍ର ମିଶ୍ରଙ୍କ ସହଯୋଗରେ ଏତେ ବଡ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛୁ। ଏମିତି ଅକୁଣ୍ଠ ସହଯୋଗ ଦେଇ କାର୍ଯ୍ୟକ୍ରମକୁ ଅନ୍ୟ ଏକ ସ୍ତରକୁ ନେଇ ଯାଇଥିବାରୁ ଆମେ ଜିତେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଦେଉଛୁ। ଏଥିସହ ପାର୍ଟନର ଡିଏନ ହୋମ୍ସ, ଆଇଏସଏଲ ଦୁବାଇ, ଏଚଡିଏଫସି ଲାଇଫ ଏବଂ ଅନ୍ୟ ସହାୟକଙ୍କ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ପାଇଁ ମଧ୍ୟ ଧନ୍ୟବାଦ ଜଣାଉଛୁ ବୋଲି ଅମିୟ କୁମାର ମିଶ୍ର କହିଛନ୍ତି।

{"id":524755,"sizeSlug":"full","linkDestination":"none"}
ଜିତେନ୍ଦ୍ର ମିଶ୍ର, ଫିଲ୍ମ ନିର୍ମାତା, ପ୍ରମୋଟର ଏବଂ କ୍ୟୁରେଟର

ଫିଲ୍ମ ନିର୍ମାତା, ପ୍ରମୋଟର ଏବଂ କ୍ୟୁରେଟର ଜିତେନ୍ଦ୍ର ମିଶ୍ର କହିଛନ୍ତି, ଓଡିଶା ହେଉଛି ସମୃଦ୍ଧ କଳା, ସଂସ୍କୃତି ଏବଂ ଚଳଚ୍ଚିତ୍ରର ଭୂମି। ଏହି ଭୂମି ଅନେକ ମହାନ କଥାକାର ଏବଂ କଳାକାରଙ୍କୁ ଜନ୍ମ ଦେଇଛି ଯିଏ ସର୍ବଦା ନିଜର  ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଆମ୍ଭମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଗର୍ବିତ କରାଇଛନ୍ତି। ଏହି ସମାନ ସମୟରେ ଆମେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଯୁବ ପ୍ରତିଭାବାନ କଳାକାର ପାଇଛୁ। ସେମାନଙ୍କଠାରେ କଳା କ୍ଷେତ୍ରରେ ଓଡିଶାକୁ ବିଶ୍ଵ ସ୍ତରରେ ପରିଚିତ କରାଇବାର ଅବିଶ୍ଵସନୀୟ ଦକ୍ଷତା ରହିଛି। ଆମେ ଓଡିଶା ସମାଜ ୟୁଏଇକୁ ତାର ବହୁମୂଲ୍ୟ ଯୋଗଦାନ ଏବଂ କାର୍ଯ୍ୟକ୍ରମରେ ଆମକୁ ଭାଗିଦାରୀ କରିଥିବାରୁ ଧନ୍ୟବାଦ ଦେଉଛୁ ବୋଲି ଜିତେନ୍ଦ୍ର ମିଶ୍ର କହିଛନ୍ତି।

ଦୁବାଇ ଏକ୍ସୋ ପୋ ୨୦୨୦ର ୩୫ତମ ଓ୍ଵାର୍ଲ୍ଡ ଏକ୍ସପୋର ଉଦଘାଟନ ୨୦୨୧ ସେପ୍ଟେମ୍ବର ୩୦ରେ ଦୁବାଇରେ ହୋଇ ଯାଇଛି। ଏହା ୨୦୨୧ ଅକ୍ଟୋବର ୧ରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୁନିା ପାଇଁ ଖୋଲା ରହିବ। ଏଥିରେ ୧୯୨ ଦେଶ ଅଂଶଗ୍ରହଣ କରୁଛନ୍ତି। ଏକ୍ସପୋ ୨୦୨୦ ଦୁବାଇର ଏକ ମେଗା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ଅବଧି ଏବଂ ପରିଦର୍ଶକ ଗଣନା ଦୃଷ୍ଟିରୁ କାର୍ଯ୍ୟକ୍ରମର ଛଅ ମାସ ମଧ୍ୟରେ ସମଗ୍ର ବିଶ୍ୱରୁ ୨୫ ନିୟୁତ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଆକଳନ କରାଯାଇଛି।

ଓଡିଶା ସମାଜ ୟୁଏଇ

{"id":524756,"sizeSlug":"full","linkDestination":"none"}

ଓଡିଶା ସମାଜ ୟୁଏଇ(ଓଏସୟୁଏଇ) ଏକ ସାମାଜିକ ସଂସ୍ଥା ଯେଉଁଥିରେ ୟୁଏଇରେ ରହୁଥିବା ଓଡିଆମାନେ ସଦସ୍ୟ ରହିଛନ୍ତି। ଏହା ବର୍ତ୍ତମାନ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକି ଦେଶରେ ଓଡିଆ ନିବାସୀଙ୍କ ସବୁଠୁ ବଡ ସଂଘ। ଓଏସୟୁଏଇ ସାମାଜିକ କାର୍ଯ୍ୟକଳାପ ଏବଂ ସଂସ୍କୃତି କ୍ଷେତ୍ରରେ ବହୁତ ସକ୍ରିୟ ରହିଛି। ସଂଗଠନ ଅନେକ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥିସହ ୟୁଏଇରେ ଓଡିଆଙ୍କୁ ସାହାଯ୍ୟ କରିବାରେ ଏହି ସଂଗଠନର ଉଲ୍ଲେଖନୀୟ ଅବଦାନ ରହିଛି। ୟୁଏଇରେ ରଥଯାତ୍ରା, ଗଣେଶ ପୂଜା ଏବଂ ନୂଆଁ ଖାଇ ଅନେକ ପର୍ବପର୍ବାଣୀ ପାଳନ କରିଥାନ୍ତି ୟୁଏଇର ଓଡିଶା ସମାଜ। ଏହା ବାଦ୍ ୟୁଏଇର ଅନେକ ସ୍ଥାନରେ ନିୟମିତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ଏହି ସବୁ କାର୍ଯ୍ୟ ମାଧ୍ୟମରେ ଓଡିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ବିଶ୍ଵ ମଞ୍ଚରେ ଆଣିବା ପାଇଁ ପ୍ରୟାସ ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.