ଏକକାଳୀନ ୩ ଟି ବିଭାଗରେ ସାଗର ଶ୍ରେଷ୍ଠ ପୁରସ୍କାର ଜିତିଲା ପାରଦୀପ ବନ୍ଦର

Published By : Prameya-News7 Bureau | May 13, 2023 IST

ପାରାଦୀପ ୧୩/୦୫: ଚଳିତ ବର୍ଷ କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳ ମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେଲା ପାରାଦୀପ ବନ୍ଦର। ଏକ କାଳୀନ ତିନୋଟି ବିଭାଗରେ ସମ୍ମାନୀତ ହୋଇଛି ପାରାଦୀପ ପୋର୍ଟ । ସର୍ବଭାରତୀୟ ମେଜର ପୋର୍ଟମାନଙ୍କ ଭିତରେ ସବୁ କ୍ଷେତ୍ରରେ ପାରାଦୀପ ବନ୍ଦର ସର୍ବଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିବାରୁ କେନ୍ଦ୍ର ଜାହାଜ ଚଳାଚଳ ଓ ଜଳ ମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ସାଗର ଶ୍ରେଷ୍ଠ ସମ୍ମାନ ପାରାଦୀପ ବନ୍ଦରକୁ ଦିଆଯାଇଛି।

ସେହିପରି ଚଳିତ ବର୍ଷ ସର୍ବାଧିକ କାର୍ଗୋ ହ୍ୟାଣ୍ଡେଲ କରିବାରେ ବନ୍ଦର ନିଜର ଦକ୍ଷତା ପ୍ରତିପାଦନ କରି ପାରିଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୧୯୦୨ ମିଲିୟନ ମେଟ୍ରିକ ଟନ୍ ଅଧିକ କାର୍ଗୋ ହ୍ୟାଣ୍ଡଲିଙ୍ଗ କରିବାରେ ପାରାଦୀପ ବନ୍ଦର ରେକର୍ଡ ସୃଷ୍ଟି କରିଥିବା ବେଳେ ସେଥିପାଇଁ ମଧ୍ୟ ପାରାଦୀପ ବନ୍ଦର କୁ ଦ୍ୱିତୀୟ ସମ୍ମାନିତ କରାଯାଇଛି।

ଅନ୍ୟପଟେ ଗୋଟିଏ ଦିନରେ ବର୍ଥ ମଧ୍ୟରେ ଗୋଟିଏ ଜାହାଜରେ ସର୍ବାଧିକ ପଣ୍ୟ କାରବାର କରିବା ଯୋଗୁ ପାରାଦୀପ ପୋର୍ଟକୁ ପୁରଷ୍କାର ମିଳିଛି। ପୂର୍ବ ବର୍ଷ ୨୭ ହଜାର ମେଟ୍ରିକ ଟନ ପଣ୍ୟକାରବାର ହୋଇଥିବା ବେଳେ ଚଳିତ ବର୍ଷ ଗୋଟିଏ ଦିନରେ ଏହା ବୃଦ୍ଧି ପାଇ ହାରାହାରି ୩୧ହଜାର ମେଟ୍ରିକ ଟନରେ ପହଞ୍ଚିଛି। ଫଳରେ ପାରାଦୀପକୁ ଆଉ ଏକ ସାଗର ଶ୍ରେଷ୍ଠ ସମ୍ମାନ ହାସଲ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରନାଦ ସୂଚନା ଦେଇଛନ୍ତି।

କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ଜଳ ମାର୍ଗ ମନ୍ତ୍ରଣାଳୟ ପାରାଦୀପ ବନ୍ଦରକୁ ଏକ କାଳୀନ ତିନୋଟି ସମ୍ମାନରେ ସମ୍ମାନିତ କରିବା ଘଟଣା ରାଜ୍ୟ ପାଇ ଗୌରବର ବିଷୟ । ସମସ୍ତଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଆଜି ପାରାଦୀପ ବନ୍ଦର ଏଭଳି ସମ୍ମନର ହକଦାର ହୋଇପାରିଛି ବୋଲି ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କ ମାର୍ଗ ଦର୍ଶନ , ବନ୍ଦର କର୍ତ୍ତୃପକ୍ଷ , ସମସ୍ତ ବନ୍ଦର ଶ୍ରମିକ , କର୍ମଚାରୀ , ବରିଷ୍ଠ ଅଧିକାରୀ , ଷ୍ଟିଭେଡୋର , ଆମଦାନୀ ରପ୍ତାନୀ ଏଜେନ୍ସି କୁ ଧନ୍ୟବାଦ ଦେଇଛନ୍ତି ବନ୍ଦର ଅଧ୍ୟକ୍ଷ ପି.ଏଲ ହରନାଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.