ଭୁବନେଶ୍ବର ୧୩।୭: ରାଞ୍ଚିରୁ ଆସିଲେ ଦୁଇ ମହାବଳ ବାଘ । ଦୁଇ ବାଘର ନାମ ହେଲା ଲକ୍ଷ୍ମୀ ଏବଂ କ୍ରୀଷ୍ଣା । ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆସିଲେ ଦୁଇ ମହାବଳ ବାଘ । ପ୍ରାଣୀ ଉଦ୍ୟାନରୁ ଧଳା ବାଘ ଦିଆଯାଇଥିବା ବେଳେ ଆସିଛି କଳା ଲୋମଯୁକ୍ତ ମହାବଳ ।
ବିର୍ସା ବାୟଲୋଜିକଲ ପାର୍କ ରାଞ୍ଚି ଓ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ମଧ୍ୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନକୁ ଆସିଲେ ୫ଟି ପ୍ରଜାତିର ୨୧ଟି ନୂଆ ଜୀବଜନ୍ତୁ । ଗତ ୯ ତାରିଖରୁ ଏକ ୧୦ ଜଣିଆ ଟିମ୍ ରାଞ୍ଚି ଯାଇ ଜନ୍ତୁ ନେଇ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି । ଜନ୍ତୁ ପାଇଁ ଉଦ୍ଦିଷ୍ଟ ପିଞ୍ଜରା ଏବଂ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି । ରାଞ୍ଚିରୁ ଦୁଇଟି ମହାବଳ ବାଘ, ୪ଟି ହାଇନା, ୧୦ଟି ଝିଙ୍କ ଏବଂ ୫ଟି ନୀଳ ଗାଈ ଆସିଥିବା ବେଳେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
You Can Read:
ଫାଇନାନ୍ସ ଏଜେଣ୍ଟଙ୍କ ନିକଟରୁ ଲୁଟ୍, ୩ ଦିନ ମଧ୍ୟରେ ଜଣେ ମହିଳାଙ୍କ ସମେତ ୫ ଗିରଫ