ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଆଜିଠାରୁ କଟକ ମହାନଦୀ ପଠାରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା

23/11/2018 at 10:08 AM

କଟକ ୨୩|୧୧:   ଆଜି ଠାରୁ କଟକ ମହାନଦୀ ପଠାରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା । ଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟକ ମେଳା କୁହାଯାଉଥିବା ଏହି ମେଳା ଚଳିତବର୍ଷ ପ୍ରଥମ ଥର ପାଇଁ ୮ ଦିନ ବଦଳରେ  ୧୦ ଦିନ ଚାଲିବ । ବାଲିଯାତ୍ରା ସର୍ବାଧିକ ୮ ଦିନ ଆୟୋଜନର ରେକର୍ଡ ଥିଲେ ବି ଚଳିତବର୍ଷଠୁ ପ୍ରତିବର୍ଷ ୧୦ ଦିନ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଆଜି ସଂଧ୍ୟାରେ ବୈଷ୍ଣବ ପାଣି ମଞ୍ଚରୁ ବାଲିଯାତ୍ରା କଟକ ଉତ୍ସବ -୨୦୧୮  ଉଦଘାଟନ ହେବ । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ଚନ୍ଦ୍ରସାରଥୀ ବୋହେରା ମିଳିତ ଭାବେ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୨ ତାରିଖରେ ବାଲିଯାତ୍ରା ଶେଷ ହେବ । ତେବେ ଏହି ବାଲିଯାତ୍ରା ସହିତ ଚଳିତବର୍ଷ କିଛି ଆକର୍ଷଣୀୟ କାର୍ଯ୍ୟକ୍ରମ ଯୋଡି ହୋଇଯାଇଛି ।

   Related Posts