ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଓଡ଼ିଶାର ପ୍ରଥମ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ ଉଦ୍‌ଘାଟିତ

Published By : Prameya-News7 Bureau | September 09, 2022 IST

ଭୁବନେଶ୍ୱର ୦୯/୦୯: ଗୁରୁବାର ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାରରେ ଓଡ଼ିଶାର ପ୍ରଥମ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ ଉଦ୍‌ଘାଟିତ ହୋଇଛି। ଏହି ଅତ୍ୟାଧୁନିକ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍‌ରେ ନ୍ୟୁରୋଲଜିକାଲ୍ ଏବଂ ଅର୍ଥୋପେଡିକ୍ ବିଭାଗର ରୋଗୀମାନଙ୍କ ସହିତ ଅସ୍ତ୍ରୋପଚାରର ପରବର୍ତ୍ତି ଉତ୍ତମମାନର ଚିକିତ୍ସା ଓ ଯତ୍ନ ନିଆଯିବାର ବ୍ୟବସ୍ଥା କରାଯାଇଛି।

ଏହି ୟୁନିଟ୍‌କୁ ସମ୍‌ର ମୁଖ୍ୟ ପରିଚାଳନା ଅଧିକାରୀଣି ଡକ୍ଟର ଶ୍ୱେତପଦ୍ମା ଦାଶ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପି. ବାଲାକିଶୋର ଓ ତାଙ୍କ ଟିମ୍ ଏବଂ ଅନ୍ୟାନ୍ୟ ବିଭାଗର ମୁଖ୍ୟ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।ଗୁରୁତର ଶାରୀରିକ କ୍ଷତ, ଅସୁସ୍ଥ ଥିବା ରୋଗୀଙ୍କୁ ଏହି ୟୁନିଟ୍‌ରେ ଚିକିତ୍ସା ଦିଆଯିବା ସହ ଯେଉଁମାନଙ୍କୁ ଫିଜିଓଥେରାପି ଏବଂଶାରୀରିକ ସୁସ୍ଥତାର ଆବଶ୍ୟକତା ଥିବ ସେମାନଙ୍କୁ ମଧ୍ୟ ଏହି ୟୁନିଟରେ ଚିକିତ୍ସିତ ହୋଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.