ଆସନ୍ତା ଡିସେମ୍ବର ୨୧-୨୨ରେ ବଲାଙ୍ଗୀରରେ ହେବ ଓଡ଼ିଶାର ପ୍ରଥମ ଗୋପାଳନ ସମ୍ମିଳନୀ

Published By : Prameya-News7 Bureau | December 16, 2022 IST

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ବିକେଏନ୍‌ ଆଞ୍ଚଳିକ ଦୁଗ୍ଧ ସଂଘର ସହଯୋଗରେ ଆସନ୍ତା ଡିସେମ୍ବର ୨୧ ଏବଂ ୨୨ ତାରିଖରେ ଓଡ଼ିଶାର ପ୍ରଥମ ଗୋପାଳନ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ବିଶେଷଜ୍ଞଙ୍କ ଅଭିଭାଷଣ, ସାରା ଭାରତରୁ ଗୋପାଳନ ଓ ଏହା ସହ ଜଡ଼ିତ ଉତ୍ପାଦ ପ୍ରଦର୍ଶନ କରାଯିବ ଏବଂ ବିଭିନ୍ନ କେସ୍‌ ଷ୍ଟଡିଜ୍‌ ଓ ଗୋପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ନେଟଓ୍ବର୍କିଂ ଫୋରମ୍‌ ବିଷୟରେ ଉପସ୍ଥାପନ କରାଯିବ। ଏଥି ସହିତ 'ଗୋପାଳନ ସାହିତ୍ୟ ଓ କବିତା' ପରି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ଯାହାଫଳରେ ରାଜ୍ୟରେ ଗୋପାଳନ କ୍ଷେତ୍ରରେ ଏହି ସମ୍ମିଳନୀ ସ୍ଥାୟୀ ଜୀବିକା ସୃଷ୍ଟି କରିବା ସହ ଗୋପାଳନ-ଉଦ୍ୟୋଗ ସୃଷ୍ଟି କରିବାରେ ମାଇଲଖୁଣ୍ଟ ସାଜିବ।

{"id":721803,"sizeSlug":"full","linkDestination":"none"}

କାର୍ଯ୍ୟକ୍ରମରେ ସାରା ଦେଶରୁ ଏନଡିଡିବି, ଏନଡିଆରଆଇ, ଆଇଭିଆରଆଇ, ସିସିବିଏଫ୍, ଏପିକୋଲ୍, ଆଇସିଏଆର, ସିଇଡିଏସଆଇ, ଏନଏସଡିସି ଇତ୍ୟାତି ବିିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେବେ। ଗୋପାଳନ ଓ ଗୋ-ପ୍ରଜନନର ବିଶେଷଜ୍ଞ ଓ ଉଦ୍ୟୋଗୀମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କମିଶନର ତଥା ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଫୁଲ ବ୍ରାଇଟ୍‌ ଫେଲୋଶିପ୍‌ ପାଇଥିବା ଡକ୍ଟର ଅଶୋକ ପଟ୍ଟନାୟକ, ପ୍ରମୁଖ ଗବେଷକ ତଥା ଏକ ଦଶନ୍ଧିର ଉର୍ଦ୍ଧ୍ବ ସମୟ ଧରି ଏହି କ୍ଷେତ୍ର ସହିତ ଜଡ଼ିତ ଡକ୍ଟର ଟିକେ ମହାନ୍ତି, ବହୁ ପୁରସ୍କାରରେ ସମ୍ମାନିତ ଉଦ୍ୟୋଗୀ ଶ୍ରୀମତି ପଲ୍ଲବୀ ବ୍ୟାସ, ବାୟୋମେଡିକାଲ ଡିଭାଇସେସ୍‌ ବିଶେଶଜ୍ଞ ଡକ୍ଟର ରମାଦେବୀ ନିମ୍ମାନାପାଲ୍ଲୀ ଏବଂ ଜଣେ ଉଦ୍ଭାବକ ଭାବେ ପ୍ରସିଦ୍ଧ ତଥା ଗୋଲ୍ଡ ମେଡାଲିଷ୍ଟ ଡକ୍ଟର ଚନ୍ଦ୍ରହାସ ମଧ୍ୟ ଯୋଗଦେବେ। 

{"id":721804,"sizeSlug":"full","linkDestination":"none"}

ଏଥିରେ ସାରା ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘ, ଦୁଗ୍ଧ ସମବାୟ ସମିତି ଏବଂ ସଫଳ ଗୋପାଳନ ଉଦ୍ୟୋଗର ପ୍ରତିନିଧି ମଧ୍ୟ ଭାଗନେବେ। ପ୍ରାୟ ୨୦୦୦ ଲୋକ ଏହି ସମ୍ମିଳନୀରେ ଯୋଗଦେବେ। ଏହି ଆଲୋଚନା ଭିତ୍ତିକ କାର୍ଯ୍ୟକ୍ରମ ସମବାୟ ପରିଚାଳନା ବାବଦରେ ଆଲୋକପାତ କରିବା ସହ ସରକାରୀ ଯୋଜନା ଓ ସୁବିଧା, ଟେକ୍ନୋଲୋଜିକାଲ ସଫଳତା ଓ ଉଦ୍ଭାବନ ଏବଂ କୁଶଳୀ ବ୍ୟବସ୍ଥାର ବିକାଶ ବାବଦରେ ଜଣାଇବ। ଏଥିସହିତ, ଏହି କ୍ଷେତ୍ରରେ ଟେକ୍ନୋଲୋଜିକାଲ ବିକାଶକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହେବ। ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ଏକ ଜିଲ୍ଲା ସ୍ତରୀୟ କ୍ବିଜ୍‌ କମ୍ପିଟିସନ୍‌ର ଆୟୋଜନ ମଧ୍ୟ କରାଯାଇଛି ଏବଂ ବିଜେତାମାନଙ୍କୁ କାର୍ଯ୍ୟକ୍ରମ ଶେଷରେ ପୁରସ୍କୃତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.