କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳିକୁ ମିଳିଲା GI ଟ୍ୟାଗ୍ ମାନ୍ୟତା, ୨୦୨୧ରେ ହୋଇଥିଲା ଆବେଦନ

Published By : Prameya-News7 Bureau | October 03, 2023 IST

କେନ୍ଦ୍ରାପଡା ୩।୧୦: କେନ୍ଦ୍ରାପଡାର ପ୍ରସିଦ୍ଧ ମିଷ୍ଟାନ୍ନ 'ରସାବଳି'କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି । ଏଥିପାଇଁ ‘କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ’ ପକ୍ଷରୁ ବିଧିବଦ୍ଧ ଭାବେ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ଆବେଦନ କରାଯାଇଥିଲା l ଆବେଦନ ପତ୍ରର ତର୍ଜମା କରିବା ସହ 'ରସାବଳି'ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି l

ସୂଚନାଯୋଗ୍ୟ ଯେ, 'ରସାବଳି'କୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ‘କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ’ ପକ୍ଷରୁ ପ୍ରଥମେ ୨୦୨୦ ମସିହା ଜୁଲାଇ ମାସରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା l ପରେ ପରେ ଏନେଇ ବିଭିନ୍ନ ପର୍ଯ୍ୟାୟରେ ସଂଘ ପକ୍ଷରୁ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ, ଅଭିଯାନ ପ୍ରଭୃତି ଜାରି ରହିଥିଲା l ତେବେ 'ରସାବଳି'କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡ଼ାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି l

You Can Read :

wp:embed {"url":"https://www.prameyanews7.com/local-people-locked-anandapur-municipality-office-for-clean-the-drain/","type":"wp-embed","providerNameSlug":"prameya-news-7"}
https://www.prameyanews7.com/local-people-locked-anandapur-municipality-office-for-clean-the-drain/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.