୨୩ ବର୍ଷରୁ କମ୍ ମହିଳା ଟି-ଟ୍ବେଣ୍ଟି ଚାଲେଞ୍ଜର୍ସ ଟ୍ରଫିରେ ୩ ଓଡିଆ ଝିଅଙ୍କ ମଧ୍ୟରେ ଅଞ୍ଜଳି ସିଂ
26/09/2018 at 4:14 PM

ବାଲେଶ୍ବର ୨୬|୯: ଅକ୍ଟୋବରର ୪ରୁ ଆରମ୍ଭ ହେବାକୁ ଯାଉଛି ମହିଳା ୨୩ ବର୍ଷରୁ କମ୍ ଟି ଟ୍ବେଣ୍ଟି ଚାଲେଞ୍ଜର୍ସ ଟ୍ରଫି ୨୦୧୮। ବାଲେଶ୍ବରର ଓଡିଆ ଝିଅ ଅଞ୍ଜଳି ସିଂଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ମିଳିଛି ଟିକେଟ। ଅଞ୍ଜଳି ଇଣ୍ଡିଆ ବ୍ଲୁ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ୧୯ ବର୍ଷରୁ କମ୍ ଦଳରେ ସାମିଲ ହୋଇ ଜଲୱା ଦେଖାଇଥିବା ଅଞ୍ଜଳି ସିନିୟର ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ପାଇଥିବାରୁ ଖୁବ୍ ଆନନ୍ଦିତ।୨୦୧୬-୧୭ରେ ଜାତୀୟ ଦଳର ଅଧିନାୟିକା ଭାବେ ଦାୟିତ୍ବ ସମ୍ଭାଳିଥିବା ଅଞ୍ଜଳିଙ୍କୁଠୁ ଦମଦାର ପ୍ରଦର୍ଶନ ଅପେକ୍ଷା କରିଛନ୍ତି ଦର୍ଶକ।୨୦୧୫ରେ କଟକରେ ଆୟୋଜିତ ଆନ୍ତଃଜିଲ୍ଲା ଜୁନିୟର ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦ୍ବିଶତକ ହାସଲ କରି ପ୍ରଥମ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଞ୍ଜଳି।
ମହିଳା ୨୩ ବର୍ଷରୁ କମ୍ ଟି-ଟ୍ବେଣ୍ଟି ଚାଲେଞ୍ଜର୍ସ ଟ୍ରଫିରେ ଅଞ୍ଜଳି ସାମିଲ ହୋଇଥିବାରୁ କୋଚ୍ ଅଧିକ ଆନନ୍ଦିତ। ଅଞ୍ଜଳିଙ୍କ ସମେତ ୩ ଜଣ ଓଡିଆ ଝିଅ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାପାଇଁ ମନୋନୀତ ହୋଇଛନ୍ତି।