ଯୁବତୀଙ୍କ ହାତବନ୍ଧା ମୃତଦେହ ଉଦ୍ଧାର ଘଟଣା : ମୃତକଙ୍କ ଘରେ ପହଞ୍ଚିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

Published By : Prameya-News7 Bureau | October 26, 2021 IST

ଘଟଗାଁ ୨୬।୧୦: କେନ୍ଦୁଝର ଜିଲ୍ଲା ବସନ୍ତପୁର ଗାଁର ଯୁବତୀଙ୍କ ହାତବନ୍ଧା ମୃତଦେହ ଉଦ୍ଧାର ଘଟଣାରେ ରୀନାଙ୍କ ଘରେ ରାଜ୍ୟ ମହିଳା କମିସନର । ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କଲେ ରୀନାଙ୍କ ପରିବାର ।

କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅଧିନସ୍ଥ ବସନ୍ତପୁର ଗ୍ରାମର ଗତ ଦୁଇ ଦିନ ପୂର୍ବେ ଯୁବତୀ ରୀନା ଦଣ୍ଡପାଟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଦ୍ଧାର ସମୟରେ ଯୁବତୀଙ୍କ ଦୁଇ ହାତ ବନ୍ଧା ଥିଲା । ପିନ୍ଧା ଡ୍ରେସଟି ବି ଚିରିଯାଇଥିଲା | ପୋଲିସ ଘଟଣାର ତଦନ୍ତ କରି ସୋମବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମଙ୍ଗଳବାର ରୀନାଙ୍କ ଘରେ ୪ ଜଣିଆ ମହିଳା କମିସନ୍ ଟିମ୍ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ବନା ଦେବା ସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଯେଉଁଭଳି ଆମ ଝିଅକୁ ମାରିଛନ୍ତି, ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.