Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଓଡ଼ିଶା ପାଇବ ୪୬,୨୫୧ କୋଟି ଟଙ୍କା, ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ହଜାର କୋଟି ଟଙ୍କା ଅଧିକ

2/02/2023 at 10:36 PM

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଏଥର କେନ୍ଦ୍ର ବଜେଟ୍ ପ୍ରସ୍ତାବ ଅନୁସାରେ କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଓଡ଼ିଶାକୁ ୪୬ ହଜାର ୨୫୧ କୋଟି ଟଙ୍କା ମିଳିପାରେ । କେନ୍ଦ୍ରୀୟ ଅନୁଦାନରେ ମୋଟ ୩୫ ହଜାର ୪୦୦ କୋଟି ଟଙ୍କା ମିଳିପାରେ । ଚଳିତ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ପାଖାପାଖି ୧୨ ହଜାର କୋଟି ଟଙ୍କା ଅଧିକ ମିଳିବ ।

ଟିକସ ବାବାଦକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ମୋଟ ୧୦ ଲକ୍ଷ ୨୧ ହଜାର ୪୪୮ କୋଟି ଟଙ୍କା ଦେବେ । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଓଡ଼ିଶାର ଭାଗ ୪.୫୨୮ ପ୍ରତିଶତ । ଏହି ହାରରେ ୨୦୨୩-୨୪ରେ ଓଡ଼ିଶା ୪୬ ହଜାର ୨୫୧ କୋଟି ଟଙ୍କା ପାଇବ । ୨୦୨୨-୨୩ ବଜେଟ୍ ଅଟକଳରେ ଟିକସ ଭାଗ ଥିଲା ୩୬ ହଜାର ୯୭୮ କୋଟି ଟଙ୍କା । ଏ ବର୍ଷ ୯ ହଜାର ୨୭୩ କୋଟି ଟଙ୍କା ଅଧିକ ମିଳିବ ଏ ବାବଦରେ । କିନ୍ତୁ ବଜେଟ୍ ପ୍ରସ୍ତାବଠୁ ଅଧିକ ପାଇଛି ଓଡ଼ିଶା । କେନ୍ଦ୍ର ଟିକସ ଆୟ ଆକଳନଠୁ ଅଧିକ ହେବାରୁ ରାଜ୍ୟ ୪୨ ହଜାର ୯୪୩ କୋଟି ଟଙ୍କା ପାଇଥିଲା ବୋଲି ସଂଶୋଧିତ ବଜେଟ୍ ପ୍ରସ୍ତାବରୁ ସ୍ପଷ୍ଟ ହେଉଛି ।

କେନ୍ଦ୍ରୀୟ ଅନୁଦାନ ବାବଦରେ ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷ ମୋଟ ୩୫ ହଜାର ୪୧୧ କୋଟି ଟଙ୍କା ପାଇବା ସମ୍ଭାବନା ରହିଛି । ଆର୍ଥିକ ବର୍ଷ (୨୦୨୨-୨୩)ଏ ବାବଦରେ ମୋଟ ୩୨ ହଜାର ୭୮୮ କୋଟି ଟଙ୍କା ପାଇବେ ବୋଲି ବଜେଟ୍ ଅଟକଳ ହୋଇଛି । ରାଜ୍ୟ ଗୁଡିକୁ ମୋଟ ଅନୁଦାନ ବଢିଛି ୮ ପ୍ରତିଶତ ୩ ଲକ୍ଷ ୯୫ ହଜାର କୋଟିରୁ ୪ ଲକ୍ଷ ୨୭ ହଜାର କୋଟିକୁ । ଓଡ଼ିଶା ଅନୁଦାନ ସମାନୁପାତିକ ବଢିଲେ ରାଜ୍ୟ ପାଖାପାଖି ୨ ହଜାର ୬୨୩ କୋଟି ଅଧିକ ପାଇପାରେ ।

   Related Posts