୨୦୩୬ରେ ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ, ଜାତୀୟ ହାର ଠାରୁ ଯଥେଷ୍ଟ କମ୍ ରହିଛି ଓଡ଼ିଶାର ପ୍ରଜନନ ହାର

Published By : Prameya-News7 Bureau | December 07, 2023 IST

ଭୁବନେଶ୍ଵର: ୨୦୩୬ରେ ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ । ରାଜ୍ୟର ସମୁଦାୟ ପ୍ରଜନନ ହାର TFR ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଥିବା ଓ ଧୀରେ ଧୀରେ ଆହୁରି ହ୍ରାସ ପାଉଛି । ଏମିତିରେ ୧୦ବର୍ଷ ପରେ ଓଡ଼ିଶାର ଜନସଂଖ୍ୟା ବଢ଼ିବା ବଦଳରେ ଖସୁଥିବ ।  ତେଣୁ ଓଡ଼ିଶାରେ ବୟସ୍କମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ପରିବାର ନିୟୋଜନ ୨୦୩୦ ଭିଜନ୍ ଡକ୍ୟୁମେଣ୍ଟରେ ଏଭଳି ଆକଳନ କରାଯାଇଛି ।

୨୦୩୬ରେ ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ । ଖସୁଛି ରାଜ୍ୟର ଜନସଂଖ୍ୟା । ଜାତୀୟ ହାର ଠାରୁ ଯଥେଷ୍ଟ କମ୍ ରହିଛି ରାଜ୍ୟର ସବୁଦାୟ ପ୍ରଜନନ ହାର । ୧୦ବର୍ଷ ପରେ ଓଡ଼ିଶାରେ ଜନସଂଖ୍ୟା ବଢ଼ିବା ବଦଳରେ ଖସୁଥିବ । କାରଣ ରାଜ୍ୟର ସବୁଦାୟ ପ୍ରଜନନ ହାର ବା TFR ଜାତୀୟ ହାର ଠାରୁ ଯଥେଷ୍ଟ କମ୍ ରହିଛି । ଧୀରେ ଧୀରେ ଏହା ଆହୁରି ହ୍ରାସ ପାଉବାରେ ଲାଗିଛି । ଏମିତିରେ ଖୁବ୍ ଶୀଘ୍ର ଓଡ଼ିଶା ବୟସ୍କମାନଙ୍କ ଏକ ରାଜ୍ୟ ପାଲଟିବ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ପରିବାର ନିୟୋଜନ ୨୦୩୦ ଭିଜନ୍ ଡକ୍ୟୁମେଣ୍ଟରେ ଏଭଳି ଆକଳନ କରାଯାଇଛି ।

{"id":880035,"sizeSlug":"full","linkDestination":"none"}

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ NFHS-5 ଅନୁଯାୟୀ, ରାଜ୍ୟରେ TFR ଏବେ ୧.୮ ରହିଛି । ଯାହାକୁ ରିପ୍ଲେସମେଣ୍ଟ ରେଟ୍ ବା ସନ୍ତୁଳିତ ହାର ୨.୧ ଠାରୁ କମ୍ । ଆସନ୍ତାବର୍ଷ ଠାରୁ ରାଜ୍ୟର TFR ୧.୬ ଖସିଯିବା ନେଇ ଆକଳନ କରାଯାଇଛି । ରାଜ୍ୟରେ ୩ ଧର୍ମାବଲମ୍ବୀ ପରିବାର କଥାକୁ ଯଦି ବିଚାରକୁ ନେବା ତାହେଲେ ହିନ୍ଦୁମାନଙ୍କ କ୍ଷେତ୍ରରେ TFR ୧.୮ ରହିଥିବା ବେଳେ ମୁସଲିମଙ୍କର ୧.୯ ଏବଂ ଖ୍ରୀଷ୍ଟିଆନ୍ ବର୍ଗରେ ଏହା ୨.୩ ରହିଛି ।

ସେହିଭଳି ସହରାଞ୍ଚଳରେ TFR ୧.୬ ଏବଂ ଗ୍ରାମାଞ୍ଚଳରେ ୧.୮ ରହିଛି । ୧୩ବର୍ଷ ପରେ ରାଜ୍ୟର TFR ୧.୫ ତଳକୁ ଖସିଯାଇ ପାରେ ବୋଲି ଅନୁମାନ କରାଯାଉଛି । ଏହାର କାରଣ ବୁଝାଇବାକୁ ଯାଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାରେ ଜନସଂଖ୍ୟା ହାର ବେଶ୍ ଭଲ ରହିଛି । ହେଲେ ଏବେ ଅନେକ ଦମ୍ପତି ପ୍ରଥମ ସନ୍ତାନ ଜନ୍ମକୁ ବିଳମ୍ବିତ କରୁଛନ୍ତି । ଅଧିକାଂଶ ଦମ୍ପତି ଗୋଟିଏ ମାତ୍ର ସନ୍ତାନ ଜନ୍ମ କରୁଛନ୍ତି।  ଏହା ସହ ଦାରିଦ୍ର୍ୟ ମଧ୍ୟ  ଆଉ ଏକ ପ୍ରମୁଖ କାରଣ

ବର୍ତ୍ତମାନ ମହଙ୍ଗା ଯୁଗରେ ଗରିବ ଓ ମଧ୍ୟବିତ୍ତ ପରିବାର ଅଧିକ ପିଲା ଜନ୍ମ ପାଇଁ କୁଣ୍ଠା ବୋଧ କରୁଛନ୍ତି । ଓଡ଼ିଶାରେ ଏବେ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ ରହିଥିବାରୁ ଜନସଂଖ୍ୟା ବୃଦ୍ଧି ହେଉଛି । ହେଲେ ଏହା ସବୁଦିନ ପାଇଁ ଜାରି ରହିବ ନାହିଁ । ଏବେ ଯେଉଁ ଯୁବକମାନେ ରହିଛନ୍ତି ଆଗାମୀ ୧୫ବର୍ଷ ପରେ ସେମାନଙ୍କୁ ୪୫ରୁ ୫୦ ବର୍ଷ ଛୁଇଁଥିବ । ସେତେବେଳେ ଓଡ଼ିଶାର ଜନସଂଖ୍ୟା ପିରାମିଡ୍ ଭିନ୍ନ ହେବ । ଏମିତିରେ ଆସନ୍ତା ୧୩ବର୍ଷ ପରେ ଅର୍ଥାତ୍ ୨୦୩୬ ବେଳକୁ ରାଜ୍ୟରେ ଜନସଂଖ୍ୟା କମୁଥିବା ଦେଖିବାକୁ ମିଳିବ ।

ପ୍ରଜନନ ହାରରେ ହ୍ରାସ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି । ଜନସଂଖ୍ୟାର ଏହି ପରିବର୍ତ୍ତନର ପ୍ରଭାବ ଶିକ୍ଷା, ସ୍ବାସ୍ଥ୍ୟ, କର୍ମନିଯୁକ୍ତି, କାର୍ଯ୍ୟଦକ୍ଷତା, ସାମଜିକ, ନିରାପତ୍ତା ଇତ୍ୟାଦି ଉପରେ ପଡ଼ିବ । ରାଜ୍ୟର ୧୪ ଜିଲ୍ଲାର ଦମ୍ପତି ପରିବାରକୁ ଗୋଟିଏ ସନ୍ତାନରେ ସୀମିତ ରଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେଣୁ ଆଗାମୀ ୧୦ବର୍ଷ ପରେ ରାଜ୍ୟର ୩୦ ପ୍ରତିଶତ ପରିବାରରେ ଗୋଟିଏ ସନ୍ତାନ ହିଁ ଥିବେ । ପ୍ରଜନନ ହାରରେ ବ୍ୟତିକ୍ରମ ପାଇଁ ଆଗାମୀ ୨୦ବର୍ଷ ପରେ ଓଡ଼ିଶା ପାଇଁ ଚିନ୍ତାର କାରଣ ହେବ ବୋଲି କହିଛନ୍ତି ବିଶେଷଜ୍ଞ।

୨୦୧୧ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ଜନସଂଖ୍ୟା ଅଭିବୃଦ୍ଧି ହାର ୧୦ ପ୍ରତିଶତ ତଳେ ରହିଥିଲା । ଜାତୀୟ ହାର ତୁଳନାରେ ୧୯୭୧ରୁ କ୍ରମାଗତ ଭାବେ ଏହା ହ୍ରାସ ପାଉଛି । ଏହା ପୂର୍ବରୁ ଓଡ଼ିଶାର ଜନସଂଖ୍ୟା ଭାରତର ମୋଟ ଜନସଂଖ୍ୟାର ୪ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୩.୫କୁ ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.