ଆଗାମୀ ୩ ଦିନ ପ୍ରବଳ ଶୀତରେ ଥରିବ ଓଡ଼ିଶା, ୯ ଜିଲ୍ଲାକୁ ଓ୍ଵେଲୋ ଓ୍ଵାର୍ଣ୍ଣିଂ ଜାରି

Published By : Prameya-News7 Bureau | January 07, 2023 IST

ଭୁବନେଶ୍ଵର: ଗତ କିଛି ଦିନ ହେବ ରାଜ୍ୟରେ ଶୀତ ଲହରି ଜାରି ରହିଛି। ତେବେ ଆଗାମୀ ଦୁଇ ଦିନ ରାଜ୍ୟର କିଛି ଜିଲ୍ଲା ପ୍ରବଳ ଶୀତ ଅନୁଭୂତ ହେବ। ବାୟୁ ମଣ୍ଡଳର ତଳ ଭାଗରେ ଥଣ୍ଡା ଓ ସୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବାରୁ କିଛି ଜିଲ୍ଲାରେ ପ୍ରବଳ ଜାଡ଼ ଅନୁଭୂତ ହେବ। ଏପରି ସ୍ଥିତିରେ ଆଗାମୀ ୨ରୁ ୩ ଦିନ ରାତି ତାପମାତ୍ରାରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।

ଆଗାମୀ ୨୪ ଘଣ୍ଟା ଭିତରେ ୯ ଜିଲ୍ଲାରେ ଶୀତ ଲହରୀ ପାଇଁ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେସ୍ବର, ଭଦ୍ରକ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପରବର୍ତ୍ତୀ ୨୪ ଘଣ୍ଡା ପାଇଁ ୧୨ ଜିଲ୍ଲା ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର, ସୋନୁପୁର, ବୌଦ୍ଧ, କନ୍ଧମାଳ, ମୟୁରଭଞ୍ଜ, ବଲେଶ୍ବର, ଅନୁଗୁଲ ଏବଂ ଢେଙ୍କାନାଳ ଜିଲ୍ଲାକୁ ମଧ୍ୟ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.