ବିଏସଏଫ ଡିଆଇଜିଙ୍କ ଦମ୍ଭୋକ୍ତି, ଦୁଇ ବର୍ଷରେ ଓଡିଶା ହେବ ନକ୍ସଲ ମୁକ୍ତ

Published By : Prameya-News7 Bureau | March 04, 2024 IST

ଭୁବନେଶ୍ୱର ୦୪/୦୩: ଦୁଇ ବର୍ଷ ମଧ୍ୟରେ ଓଡିଶା ହେବ ନକ୍ସଲ ମୁକ୍ତ । ଏହି ସୂଚନା ଦେଇଛନ୍ତି ବିଏସଏଫ ଡିଆଇଜି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ତିନିଟି ଜିଲ୍ଲାରେ ୪୫ କିଲୋମିଟର ମଧ୍ୟରେ ବଡାପଯୁ ଅଞ୍ଚଳରେ ନକ୍ସଲଙ୍କ ଗଡ଼ରେ ସିଓବି କ୍ୟାମ୍ପ ନିର୍ମାଣ ହୋଇଛି । ଆଗକୁ ଆହୁରି ଗୋଟାଏ ନୂଆ କ୍ୟାମ୍ପ ନିର୍ମାଣ ହେବ ।

୨୦୧୦ ରେ ଆସିଥିବା ବି ଏସ ଏଫ୍ ୬୫ନକ୍ସଲଙ୍କୁ ନିପାତ୍ କରାଯାଇଛି । ଏହି ୧୪ ବର୍ଷ ମଧ୍ୟରେ ୭୯୩ଙ୍କୁ ଗିରଫ କରାଯାଇଛି ୬୩୨ ଜଣ ନକ୍ସଲ ଆତ୍ମ ସମ୍ପର୍ପଣ କରିଛନ୍ତି । ଏକ କୋଟି ୧୦ଲକ୍ଷ ଟଙ୍କା ଜବତ୍ ହୋଇଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ଗୁଡ଼ିକୁ ମଧ୍ୟ ନକ୍ସଲ ଗଡ ଗୁଡ଼ିକରେ ପହଞ୍ଚାଇବା ଦାୟିତ୍ୱ ନେଇଛି ବିଏସଏଫ୍ ।

ରିମୋଟ ଅଞ୍ଚଳ ଗାଁ ଗୁଡ଼ିକରେ ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ନିଆଯାଉଛି । ଚାକିରି ହେଉଁ କିମ୍ବା ସ୍ଵାସ୍ଥ୍ୟ ସମସ୍ତ ଗୁରୁତ୍ବପୁର୍ଣ ବିଷୟକୁ ନେଇ ବଏସଏଫ୍ ମଧ୍ୟ ଅନେକ କାମ କରିଛି । ବହୁତ୍ ଶୀଘ୍ର ନକ୍ସଲ ମୁକ୍ତ ହେବ ଓଡିଶା ଏହାର ଦମୋଭୋକ୍ତି କରିଛନ୍ତି ବି ଏସ ଏଫ୍ ଡିଆଇଜି । ଆଗକୁ ନିର୍ବାଚନ ଆସୁଛି । ୨୦୨୪ ନିର୍ବାଚନ ସୁରକ୍ଷା ସହ ଶାନ୍ତି ଶୃଙ୍ଖଳା ଭାବେ ପାଳନ ହେବ । ବାଲିଗୁଡ଼ାରେ ୨୬ ଜାନୁଆରୀରୁ ବିଏସଏଫ୍ ବାଟାଲିଅନ୍ ସମ୍ପୂର୍ଣ ଭାବେ କ୍ୟାମ୍ପ ନିର୍ମାଣ କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.