ଧରା ଦେଉନି ସୁନ୍ଦରୀ ; ୭୨ଘଣ୍ଟାର କସରତ ପରେ ବି ଓଡିଶା ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞ ଟିମ୍ ଫେଲ୍, ଆଜି ପୁଣି ଆରମ୍ଭ ହୋଇଛି ଅପରେସନ୍

Published By : Prameya-News7 Bureau | October 26, 2018 IST

ଅନୁଗୋଳ ୨୬|୧୦: ବାଘୁଣୀ ‘ସୁନ୍ଦରୀ’କୁ ଧରିବାକୁ ଆଜି ବି ଜାରି ରହିଛି ଅପରେସନ୍ ।  ୩ଦିନ ପରେ ବି ବିଫଳ ହେ।ଇଛି ‘ସୁନ୍ଦରୀ’ ଧରା ଅଭିଯାନ । ଜଙ୍ଗଲରେ ଦୀର୍ଘ ୭୨ଘଣ୍ଟାର କସରତ ପରେ ବି ଓଡ଼ିଶାର ନାମୀ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞଙ୍କୁ ସଫଳତା ମିଳିପାରିନାହିଁ । ବରଂ ସବୁ ପ୍ରକାର ଫନ୍ଦିକୁ ପାର୍ କରିଛି ବାଘୁଣୀ । ଓଡ଼ିଶା ଟିମ୍‌ର ବିଫଳତା ପରେ ଅଭିଜ୍ଞ ଓ ଦକ୍ଷ ଟ୍ରାଙ୍କୁଲାଇଜ୍ ଟିମ୍ ପଠାଇବାକୁ ମଧ୍ୟପ୍ରଦେଶକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ‘କାହ୍ନା’ ଓ ‘ପେଞ୍ଚ’ ବ୍ୟାଘ୍ର ପ୍ରକଳ୍ପରୁ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞଙ୍କୁ ପଠାଇବାକୁ ମଧ୍ୟପ୍ରଦେଶ ସରକାର ବି ରାଜି ହୋଇଛନ୍ତି । ‘ସୁନ୍ଦରୀ’କୁ କାବୁ କରିବା ପାଇଁ ନୂଆ କୌଶଳ ଆପଣେଇଛି ବନ ବିଭାଗ । ସୁନ୍ଦରୀକୁ ଅଚେତ ନୁହେଁ, ବରଂ ସଚେତନ ଅବସ୍ଥାରେ ଯେମିତି ଧରାଯାଇ ପାରିବ ସେଥିପାଇଁ ସୁନାବେଡ଼ା ବ୍ୟାଘ୍ର ପ୍ରକଳ୍ପରୁ ଏକ ସ୍ବୟଂଚାଳିତ ଯନ୍ତା ସାତକେ।ଶିଆକୁ ଅଣାଯାଉଛି । ଯଦି ବାଘୁଣୀ ଯନ୍ତା ସଂସ୍ପର୍ଶରେ ଆସେ, ତେବେ ବିନା ଟ୍ରାଙ୍କୁଲାଇଜରେ ବାଘୁଣୀ ବନ୍ଦୀ ହୋଇପାରିବ । ସାତକୋଶିଆରେ ସୁନ୍ଦରୀ ଓ ବିଶେଷଜ୍ଞ ଟିମ୍  ମଧ୍ୟରେ ଏଭଳି ଛକାପଞ୍ଝା ଚାଲୁରହିଥିବା ବେଳେ ବନ ବିଭାଗର ରଣନୀତିକୁ ନେଇ ଏବେ ସନ୍ଦେହ ଉପୁଜିଛି । ତାଲିମପ୍ରାପ୍ତ ହାତୀଙ୍କ ବିନା ବାଘୁଣୀକୁ ଟ୍ରାଙ୍କୁଲାଇଜ୍  କରିବା ଭଳି ଏତେ ବଡ଼ ପଦକ୍ଷେପ କିଭଳି ନିଆଯାଉଛି ବେ।ଲି ପ୍ରାଣୀ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି । ଅତିକମ୍ ରେ ଦୁଇଟି ହାତୀ ରହିବା ନିତ୍ୟାନ୍ତ ଆବଶ୍ୟକ । ବିଶେଷଜ୍ଞଙ୍କ ମତରେ ବାଘୁଣୀକୁ ଟ୍ରାକ୍  କରାଯିବା ପରେ ହାତୀ ସହୟତାରେ ତା’ ପାଖରେ ପହଞ୍ଚିଥାନ୍ତି ବିଶେଷଜ୍ଞ । ହାତୀ ଉପରେ ବସି ଟ୍ରାଙ୍କୁଲାଇଜ୍ କରିବା ସହଜ ହୋଇଥାଏ ।  ଏବେ ଯେଉଁ ପଦ୍ଧତିରେ ‘ସୁନ୍ଦରୀ’କୁ ଧରିବାକୁ ଉଦ୍ୟମ ହେଉଛି ତାହା ଫଳପ୍ରଦ ହେବାକୁ ବହୁତ ସମୟ ଲାଗିପାରେ । ଏପରିକି ଯଦି ବାଘୁଣୀ ଘଞ୍ଚ ଜଙ୍ଗଲକୁ ଚାଲିଯିବ ତେବେ ବିଶେଷଜ୍ଞ ଟିମ୍ କୁ ନିରାଶ ହେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.