କରମଣ୍ଡଳ ଟ୍ରେନ୍‌ ଟ୍ରାଜେଡି: ମୃତ୍ୟୁ ୨୮୮କୁ ବୃଦ୍ଧି, ଆହତ ସଂଖ୍ୟା ହଜାରେ ପାର୍‌

Published By : Prameya-News7 Bureau | June 03, 2023 IST

ବାଲେଶ୍ୱର ୦୩।୦୬ : ବାହାନଗା ଟ୍ରେନ୍‌ ଟ୍ରାଜେଡି । ଲଗାତର ଭାବେ ବଢିଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବା ବେଳେ ଆହତଙ୍କ ସଂଖ୍ୟା ୧ ହଜାର ପାର୍‌ ହୋଇଛି । ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକା ସୂଚନା ଦେଇଛନ୍ତି । ସେହିପରି ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିପାରେ ।

wp:embed {"url":"https://www.prameyanews7.com/odisha-cm-naveen-patnaik-at-ground-zero/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-cm-naveen-patnaik-at-ground-zero/
/wp:embed

ସେପଟେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ଯ ଜାରି ରହିଛି । ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଟିମ୍‌ ଲଗାତର ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପିରିକି ବାୟୁସେନା ମଧ୍ୟ ସହାୟତା ନେଇଛି ରେଳ ବିଭାଗ । ବାୟୁସେନାର ଏକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ସେହିପରି ମୃତ ଦେହ ଚିହ୍ନଟ ଲାଗି ସନ୍ଧାନୀ କୁକୁର ମଧ୍ୟ ନିୟୋଜିତ ହୋଇଛି ।

wp:embed {"url":"https://www.prameyanews7.com/railway-minister-reaction/","type":"wp-embed","providerNameSlug":"prameya-news-7"}
https://www.prameyanews7.com/railway-minister-reaction/
/wp:embed

ସୂଚନାଯୋଗ୍ୟ ଯେ, ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ ଶନିବାର ଦିନ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/coromandel-express-passenger-eye-witness-reaction/","type":"wp-embed","providerNameSlug":"prameya-news-7"}
https://www.prameyanews7.com/coromandel-express-passenger-eye-witness-reaction/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.