scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗାରେ ଛାତିଥରା ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି, ଆହତ ୯୦୦ ପାର୍‌

3/06/2023 at 6:56 AM

ବାଲେଶ୍ୱର ୦୩।୦୬ : ବାହାନଗା ଟ୍ରେନ୍‌ ଟ୍ରାଜେଡି । ଏହି ଛାତିଥର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୯୦୦ ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛି । ତେବେ ଆଗକୁ ମଧ୍ୟ ମୃତାହତ ସଂଖ୍ୟା ବଢିବାପାରେ ବୋଲି ଅନୁମାନ କରାଯାଉଛି ।

ସେହିପରି ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ ଏବଂ ଓଡ୍ରାଫ୍‌ ଟିମ୍‌ଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶନିବାର ସକାଳୁ ସେନାର ଟିମ୍‌ ମଧ୍ୟ ପହଞ୍ଚିଛି । ଶୁକ୍ରବାର ଦିନ ଉଦ୍ଧାର କାର୍ଯ୍ୟ ସେନାର ସହଯୋଗ ନିଆଯିବ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଥିଲେ । ଶୁକ୍ରବାର ସଂଧ୍ୟା ସମୟରେ ଏହି ଦୁର୍ଘଟଣାରେ ପରେ ପ୍ରଥମେ ପ୍ରାଥମିକତା ହିସାବରେ  ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ କିମ୍ବା ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । କଟକ ବଡ଼ ମେଡିକାଲରେ ଲଗାତର ଭାବେ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

   Related Posts