ବାହାନଗା ଟ୍ରେନ୍ ଟ୍ରାଜେଡି; ଦୁର୍ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ

Published By : Prameya-News7 Bureau | June 03, 2023 IST

ଭୁବନେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାରେ ୨୮୮ଜଣ ପ୍ରାଣ ହରାଇଛନ୍ତି । ସେହିପରି ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି । କରମଣ୍ଡଳ ଏକ୍ସପ୍ରେସ, ଯଶୋବନ୍ତପୁର ଏକ୍ସପ୍ରେସ ଓ ମାଲବାହୀ ଟେନ୍ ମଧ୍ୟରେ ଶୁକ୍ରବାର ସଂଧ୍ୟା ୬ଟା ୪୦ ମିନିଟରେ ଧକ୍କା ହୋଇଥିଲା । ତେବେ କେମିତି ସିରିଜ୍ ଦୁର୍ଘଟଣା ? ଏହା ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ଦୁର୍ଘଟଣା । ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

wp:embed {"url":"https://www.prameyanews7.com/governor-met-injured-persons-at-community-health-centre-in-soro/","type":"wp-embed","providerNameSlug":"prameya-news-7"}
https://www.prameyanews7.com/governor-met-injured-persons-at-community-health-centre-in-soro/
/wp:embed

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ରେଳ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏଥିରେ ତ୍ରୁଟି ଥିବା ଅଫିସରଙ୍କ ବିରୋଧରେ  କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷେ ଟ୍ରେନ୍ ଦୁର୍ଘଟଣା ଡି-ରେଲ ପାଇଁ ହୋଇଛି ବୋଲି କୁହାଯାଇଛି । ସେପଟେ କିନ୍ତୁ ସମାନ ସ୍ଥାନରେ ସିରିଜ୍ ଦୁର୍ଘଟଣା କେମିତି ହେଲା ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଟ୍ରେନ୍ ଦୁର୍ଘଟଣା ରୋକି ପାଇଁ ଟେକ୍ନୋଲୋଜି ରହିଛି । ଏହା ପରେ ବି ୩ ଟ୍ରେନ୍ ଧକ୍କା ଫଳରେ ୨୮୮ଜଣ ପ୍ରାଣ ହରାଇଛନ୍ତି । ସେହିପରି ଏକ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।

wp:embed {"url":"https://www.prameyanews7.com/if-indian-railways-had-kavach-then-odisha-train-accident-would-not-have-happened/","type":"wp-embed","providerNameSlug":"prameya-news-7"}
https://www.prameyanews7.com/if-indian-railways-had-kavach-then-odisha-train-accident-would-not-have-happened/
/wp:embed

କରମଣ୍ଡଳ-ସାଲିମାର୍ ଏକ୍ସପ୍ରେସ ସାମ୍ନାରେ ମାଲବାହୀ ଟ୍ରେନ୍ କେମିତି ରହିଥିଲା ? ଯଦି ଟ୍ରାକରେ ମାଲବାହୀ ଆଗରୁ ଥିଲା, କେମିତି କରମଣ୍ଡଳକୁ ସିଗ୍‌ନାଲ୍ ମିଳିଲା  । ଏହା ଯାନ୍ତ୍ରିକ ତୃଟି ନା ମନୁଷ୍ୟକୃତ ଭୁଲ୍ । ସିଗ୍‌ନାଲ ବିଚ୍ଛିନ୍ନ ହେବାରୁ ଏତେ ବଡ଼ ଦୁର୍ଘଟଣା ହୋଇଛି ବୋଲି କିଛି କହିଛନ୍ତି ।   

wp:embed {"url":"https://www.prameyanews7.com/on-odisha-tragedy-oppn-demands-railway-ministers-resignation-questions-safety-systems-on-trains11/","type":"wp-embed","providerNameSlug":"prameya-news-7"}
https://www.prameyanews7.com/on-odisha-tragedy-oppn-demands-railway-ministers-resignation-questions-safety-systems-on-trains11/
/wp:embed

ରେଳ ମନ୍ତ୍ରାଳୟ ପୁରା ଦେଶରେ ଦୁର୍ଘଟଣା ରୋକିବା ପାଇଁ ‘କବଚ’ ସିଷ୍ଟମ  ଟେକ୍ନୋଲୋଜି ଆପଣାଉଛି । କବଚ ଆଲର୍ଟ ଦ୍ବାରା ରେଳ ଦୁର୍ଘଟଣା ରୋକାଯାଇବ ପାରିବ । ଏହା ସେତେବେଳେ କାମ କରିବ, ଯେତେବେଳେ ଗୋଟିଏ ଟ୍ରେନ୍ ସିଗନାଲକୁ ପାର୍ କରିବ । ଏହି ଟେକ୍ନୋଲୋଜି ଲୋକ ପାଇଲଟକୁ ସତର୍କ କରିଥାଏ। ବ୍ରେକ୍ ନିୟନ୍ତ୍ରଣ କରିଥାଏ ଏବଂ ସମାନ ଟ୍ରାକରେ ଅନ୍ୟ ଟ୍ରେନ୍ ଥିଲେ ସୂଚନା ଦେଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.