ଟ୍ରେନ୍ ଟାଜେଡି; ଦେବଦୂତ ସାଜିଲେ ଛୁଟିରେ ଘରକୁ ଫେରୁଥିବା ଏନଡିଆରଏଫ ଯବାନ

Published By : Prameya-News7 Bureau | June 04, 2023 IST

ଭୁବନେଶ୍ବର:  ଦେବଦୂତ ସାଜିଲେ ଏନଡିଆରଏଫ ଯବାନ । ଛୁଟି ଥାଇ ବି ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କଲେ । ଟ୍ରେନ୍ ଟ୍ରାଜେଡି ନେଇ ପ୍ରଥମେ ଆଲର୍ଟ କରିଥିଲେ ଏନଡିଆରଏଫ ଯବାନ ଭେଙ୍କଟେଶ ଏନ.କେ । ନିଜ ବରିଷ୍ଠ ଅଧିକାରୀଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେବା ସହିତ ଲାଇଭ୍ ଲୋକେସନ ପଠାଇଥିଲେ । ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଏକାକୀ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଥିଲେ ଏବଂ ଲୋକଙ୍କୁ ସହାଯ୍ୟ କରିଥିଲେ ।

ଭେଙ୍କଟେଶ ଏନ.କେ କୋଲକାତାର ଅନ୍ୟ ଏକ ଏନଡିଆରଏଫ ବାଟାଲିୟନରେ ମୁତୟନ ହୋଇଛନ୍ତି । ସେ ଛୁଟି ନେଇ ଶୁକ୍ରବାର ସାଲିମାର ହାଓ୍ବଡା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସରେ ଘରକୁ ଅର୍ଥାତ୍ ତାମିଲନାଡୁ ଫେରୁଥିଲେ । କରମଣ୍ଡଳ ଏକ୍ସପ୍ରେସର ଥାର୍ଡ ଏସି ବି-7 କୋଚରେ ବସିଥିଲେ । ହେଲେ ବାହାନଗା ନିକଟରେ ପ୍ରଥମେ ଏକ ମାଲବାହୀ ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା ପରେ ବିପରୀତ ପଟୁ ଆସୁଥିବା ବେଙ୍ଗାଲୁରୁ-ହାଓ୍ବାଡା ଏକ୍ସପ୍ରେସ ଟ୍ରେନର କିଛି ବଗିକୁ ଧକ୍କା ଦେଇଥିଲେ । ଏଥିରେ ବର୍ତ୍ତି ଯାଇଥିଲେ ଏନଡିଆରଏଫ ଯବାନ ଭେଙ୍କଟେଶ ଏନ.କେ । ସେ ଟ୍ରେନ୍ କୋଚ୍ କାଚ ଭାଙ୍ଗି ବାହାରକୁ ବାହାରିବା ପରେ ଦୁର୍ଘଟଣା ସମ୍ପର୍କରେ କୋଲକାତା ଏନଡିଆରଏଫ ବରିଷ୍ଠ ଅଧିକାରୀ ଜଣାଇଥିଲେ ଏବଂ ହ୍ବାଟ୍ସଆପରେ ଲାଇଭ୍ ଲୋକେସନ ପଠାଇଥିଲେ । ପରେ ଦେବଦୂତ ସାଜି ଏକାକୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତଙ୍କୁ ଉଦ୍ଧାର କରିଥିଲେ । ଘଟଣା ବାବଦରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.