scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରେନ୍ ଦୁର୍ଘଟଣା ପରେ ବହୁ ସଂଖ୍ୟାରେ କ୍ୟାନ୍ସଲ ହୋଇଥିଲା ଟିକେଟ୍, କଂଗ୍ରେସର ଦାବି ପରେ ଡାଟା ସହ ଜବାବ ଦେଲା IRCTC

6/06/2023 at 5:13 PM

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର କାରଣ ଖୋଜିବା ସହ ମାମଲାର ତଦନ୍ତ ଜାରି ରହିଛି । ରେଳ ଦୁର୍ଘଟଣାରେ ଷଡଯନ୍ତ୍ରର ଦିଗ ମଧ୍ୟ ସାମନାକୁ ଆସୁଛି, ଏହାର ସତ ଜାଣିବା ପାଇଁ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ଘଟଣା ପରେ କଂଗ୍ରେସ ଦାବି କରିଛି ଯେ ବଡ଼ ସଂଖ୍ୟାରେ ଭୟଭୀତ ଲୋକେ ନିଜ ଟ୍ରେନ ଟିକେଟ୍ ରଦ୍ଦ କରିଛନ୍ତି । ତେବେ ଏହାପରେ ରେଲୱେ ଟିକେଟ୍ ବୁକିଂକୁ ପରିଚାଳନା କରୁଥିବା ଆଇଆରସିଟିସ ଟ୍ୱିଟ୍ କରି ଜବାବ ଦେଇଛି ।

କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ସାମ୍ୱାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଅତୀତରେ ଏଭଳି ରେଳ ଦୁର୍ଘଟଣା କେବେ ଘଟିନଥିଲା, ଶହ ଶହ ଲୋକଙ୍କ ଜୀବନ ଚାଲିଗଲା ଏବଂ ହଜାରରୁ ଅଧିକ ଲୋକେ ଆହତ ହେଲେ । ଏହି ଘଟଣା ସଭିଙ୍କୁ ଦୁଃଖ ଦେଇଛି । କେବଳ ଏତିକି ନୁହେଁ ସେ ଏହା ମଧ୍ୟ ଦାବି କରିଥିଲେ ଯେ ଦୁର୍ଘଟଣା ପରେ ହଜାର ହଜାର ଲୋକେ ନିଜ ଟିକେଟ୍ ରଦ୍ଦ କରିଦେଇଛନ୍ତି । ରେଳ ଯାତ୍ରା ସୁରକ୍ଷିତ ନଥିବା ସେମାନେ ଅନୁଭବ କରୁଛନ୍ତି ।

ଏହାର ଜବାବରେ ଆଇଆରସିଟିସି କହିଛି, ‘ଏହା ତଥ୍ୟାତ୍ମକ ରୂପେ ଭୁଲ ଅଟେ । କ୍ୟାନ୍ସଲେସନ ବଢି ନାହିଁ । ଏହାର ବିପରୀତରେ ଜୁନରେ ୧ (ଦୁର୍ଘଟଣାରେ ଗୋଟିଏ ଦିନ ପୂର୍ବେ) କ୍ୟାନ୍ସଲେସନ ୭.୭ ଲକ୍ଷରୁ କମି ଜୁନ୍ ୩ରେ ୭.୫ ଲକ୍ଷ ରହିଥିଲା ।

ଉଲ୍ଲେଖଯୋଗ୍ୟ ଯେ ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହାରି ଭିତରେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି । ସିବିଆଇର ୧୦ ଜଣିଆ ଟିମ ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଜ ତଦନ୍ତ ଆରମ୍ଭ କରିଛନ୍ତି ।

Also Read: ବାହାନଗା ଟ୍ରାଜେଡି ପାଇଁ ୧.୯୫ କୋଟି ଅଧିକ ଟଙ୍କା ମଞ୍ଜୁର, ୭ ଜିଲ୍ଲାର ମୃତକଙ୍କ ଆତ୍ମୀୟଙ୍କୁ ସହାୟତା ପ୍ରଦାନ

   Related Posts