୧୩ରୁ ବଢ଼ିବ ବର୍ଷାର ପରିମାଣ, ଏସବୁ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

Published By : Prameya-News7 Bureau | July 09, 2024 IST

ଭୁବନେଶ୍ୱର: ୫ ଦିନ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୪୮ ଘଣ୍ଟାରେ ବର୍ଷା ବିଜୁଳି ସହ ବର୍ଷା ହେବ। ଏ ନେଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।  ୧୩ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ନବରଙ୍ଗପୁରରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ୧୩ରୁ ବର୍ଷାର ପରିମାଣ ବଢ଼ିବ। ରାଜ୍ୟରେ ଚଳିତ ବର୍ଷ ମୋଟ ୨୧୬.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ୱାଭାବିକ ଭାବେ ୨୯୫ ମିଲିମିଟର ହେବା କଥା। ରାଜ୍ୟରେ ଏବେବି ୨୭ % ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

୧୨ ତାରିଖରୁ ଉପକୂଳ ତଥା ଉତ୍ତର ଓଡିଶାରେ ବର୍ଷା ହେବ। ୧୭, ୧୮,୧୯ତାରିଖରେ ଅଧିକ ବର୍ଷା ହେବା ନେଇ ଆକଳନ କରିଛନ୍ତି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ। ଖୋର୍ଦ୍ଧା, ଅନୁଗୁଳ ଢେଙ୍କାନାଳ, କଟକ, ପୁରୀ, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ନେଇ ସେ ପୂର୍ବାନୁମାନ କରିଛନ୍ତି। ବିଲ ଓଦା ରହିବ, ରୁଆ ପୋତା ପାଇଁ ଚାଷୀଙ୍କୁ ସୁବିଧା ହେବ। ଆଗକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଘୂର୍ଣ୍ଣିବଳୟ ପ୍ରଭାବ ରାଜ୍ୟରେ ବର୍ଷା ବଢ଼ାଇବ ବୋଲି ଶରତ ସାହୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.