ଓଡ଼ିଶାରେ ଦେଶର ଦୁଇଟି ବୃହତ୍ 'କୋଭିଡ ଡାକ୍ତରଖାନା': ୧୦୦୦ ଶଯ୍ୟା, ସମ୍ ଏବଂ କିମ୍ସ ସହ ରାଜ୍ୟ ସରକାରଙ୍କ ତ୍ରୀପାକ୍ଷିକ ଚୁକ୍ତି

Published By : Prameya-News7 Bureau | March 26, 2020 IST

ଭୁବନେଶ୍ୱର୨୬|୦୩:  ରାଜ୍ୟ ସରକାରଙ୍କ  କରୋନା ମୁକାବିଲା ଅଭିଯାନର ଆଉ ଏକ ବଡ଼ ପଦକ୍ଷେପ। ରାଜ୍ୟରେ ଦେଶର ସବୁଠାରୁ ବଡ଼ କୋଭିଡ ଡାକ୍ତରଖାନା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର। କୋଭିଡ-୧୯ ରୋଗୀମାନଙ୍କୁ ରାଜ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏପରି ଯୋଜନା କରାଯାଇଛି। ଏହି ଭିତ୍ତିରେ ରାଜ୍ୟ ସରକାର ଭୁବନେଶ୍ବର ପ୍ରତିଷ୍ଠିତ ୨ଟି ଘରୋଇ ଡାକ୍ତରଖାନା ସମ୍‌ ଏବଂ କିମ୍‌ସ ମେଡିକାଲ କଲେଜ ସହ ତ୍ରୀପାକ୍ଷିକ ଚୁକ୍ତି କରିଛନ୍ତି। ଲୋକସେବା ଭବନରେ ସ୍ବାକ୍ଷରିତ ଏହି ଚୁକ୍ତି ଅନୁଯାୟୀ ଭୁବନେଶ୍ବରରେ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରାଯିବ। ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ହସ୍ପିଟାଲରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଓଏମ୍‌ସି ଏବଂ ଏମ୍‌ସିଏଲ ଏହି କୋଭିଡ-୧୯ ହସ୍ପିଟାଲ ପାଇଁ ସିଏସ୍‌ଆର ପାଣ୍ଠିରୁ ଅର୍ଥ ଯୋଗାଇବେ।  

{"id":244523,"sizeSlug":"large"}

ଗୁରୁବାର ୧୦୦୦ ଶଯ୍ୟାର କୋଭିଡ ହସ୍ପିଟାଲ ପାଇଁ ତ୍ରୀପାକ୍ଷିକ ଚୁକ୍ତି ହୋଇଛି।  ସ୍ବାକ୍ଷରିତ ବୁଝାମଣାରେ  ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାର ଧଳ ଏମ୍‌ସିଏଲ ପକ୍ଷରୁ ,ଏସ୍‌ଏସ୍‌ ପଣ୍ଡା ଏବଂ ସମ୍‌ ହସ୍ପିଟାଲ ମ୍ୟାନଜେମେଣ୍ଟ ଆଇସିୟୁ ସୁବିଧା ଥିବା ଏକ ୫୦୦ ଶଯ୍ୟାର ଡାକ୍ତରଖାନା ପାଇଁ ସହମତ ହୋଇଛନ୍ତି। ସେହିଭଳି ଭାବେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାର ଧଳ, ଓଏମ୍‌ସି ପରିଚାଳନ ନିର୍ଦ୍ଦେଶକ ଭୀନିଲ କ୍ରିଷ୍ଣା ଏବଂ କିମ୍‌ସ ମ୍ୟାନେଜମେଣ୍ଟ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତିରେ ୪୫୦ ଶଯ୍ୟାର ଡାକ୍ତରଖାନା ଲାଗି ସମସ୍ତ ପକ୍ଷ ସହମତ ହୋଇଛନ୍ତି। ଏହି ୨ଟି ତ୍ରୀପାକ୍ଷିକ ଚୁକ୍ତି ଲାଗି ସହଯୋଗୀ ଏବଂ କର୍ପୋଟେ ସଂସ୍ଥା ଓଏମ୍‌ସି, ଏମ୍‌ସିଏଲ୍‌କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟର ଜନସାଧାରଣଙ୍କ ସ୍ବାସ୍ଥ୍ୟ ଲାଗି ଏପରି ବୁଝାମଣାକୁ ଆଗେଇ ନେବାକୁ ସେ କହିଛନ୍ତି।

{"id":244524,"sizeSlug":"large"}

କରୋନା ଭାଇରସ ସାରା ବିଶ୍ବରେ ମହାମାରୀର ରୂପ ନେଇଛି । ଓଡିଶା ସମେତ ଭାରତର ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହା ପ୍ରଭାବିତ କରିଛି । ଇଟାଲୀ ଓ ଆମେରିକା ଭଳି ବିକଶିତ ଦେଶ ଏହି ଭାଇରସର ମୁକାବିଲାରେ ବିଫଳ ହୋଇଛନ୍ତି । ତେବେ କରୋନା ଭାଇରସ ଆକ୍ରାନ୍ତଙ୍କୁ ସାଧାରଣ ହସ୍ପିଟାଲ ବଦଳରେ ଏକ ସ୍ୱତନ୍ତ୍ର ହସ୍ପିଟାଲରେ ଚିକିତ୍ସା ଯୋଗାଇବା ଆବଶ୍ୟକ । ଫଳରେ ଭାଇରସର ସଂକ୍ରମଣ ରୋକାଯାଇ ପାରିବ ।

{"id":244527,"sizeSlug":"large"}

ଏହି ପରିପ୍ରେକ୍ଷୀରେ ଏପରି ଅଭାବନୀୟ ଆହ୍ବାନର ମୁକାବିଲା ଲାଗି ଅନ୍ୟାୟ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ସମାନ ବ୍ୟବସ୍ଥା ଓ ସୁବିଧା ଥିବା ଡାକ୍ତରଖାନା ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ଲୋକସେବା ଭବନରେ ଗୁରୁବାର ସ୍ବାକ୍ଷରିତ ଚୁକ୍ତି କାର୍ଯ୍ୟକ୍ରମରେ  ସାଂସଦ ଅଚ୍ୟୁତ ସାମନ୍ତ, ‘ସୋଆ‘ ବିଶ୍ବ ବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ, ସିଏମ୍‌ଓଙ୍କ ପରାମର୍ଶ ଦାତା ଏବଂ ଓଏମ୍‌ସି ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.