ଦବିଗଲା ଓଡିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପୋଲ, ଦୁଇ ରାଜ୍ୟ ମଧ୍ୟରେ ଯାତାୟତ ଠପ୍
22/08/2022 at 3:44 PM

ରାଉରକେଲା,୨୨/୦୮: ଦବିଗଲା ଓଡିଶା-ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ପୋଲ । କୋଏଲ ନଦୀ ଉପରେ ଝାଡ଼ଖଣ୍ଡର ମନୋହରପୁର ନିକଟ ଦାନାପାଲି ପୋଲ ଦବି ଯାଇଥିବା ଜଣାପଡ଼ିଛି । ଫଳରେ ଦୁଇ ରାଜ୍ୟ ମଧ୍ୟରେ ଯାତାୟତରେ ବିଧା ସୃଷ୍ଟି ହୋଇଛି । ଓଡ଼ିଶାର ରାଉରକେଲା ଓ ଝାଡ଼ଖଣ୍ଡର ମନୋହରପୁର ମଧ୍ୟରେ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି । ପୋଲ ନିର୍ମାଣ ପରେ ଅଳ୍ପ ଦବିଥିଲା । କିନ୍ତୁ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୋଲ ଅଧିକ ଦବି ଯାଇଛି । ଏବେ ବିପଦ ସଂକୁଳ ଅବସ୍ଥାରେ ପାଲଟି ରହିଛି । ତେଣୁ ଝାଡ଼ଖଣ୍ଡ ପୋଲିସ ପୋଲ ଉପରେ ଯିବା ଆସିବା କରିବା ଉପରେ ନିଶିଦ୍ଧାଦେଶ ଜାରି କରିଛି ।
Related Posts
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023