ଆସନ୍ତା ୧୨ରୁ ଓଡିଶା ଟି-୨୦ କ୍ରିକେଟ୍ ଲିଗ୍, ଭାଗ ନେବେ ୬ଟି ଟିମ୍
10/06/2023 at 5:05 PM

କଟକ ୧୦।୬: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଓଡିଶା ଟି-୨୦ କ୍ରିକେଟ୍ ଲିଗ୍ । ଓଡିଶା କ୍ରିକେଟ୍ ଆସୋସିଏସନ ଓ ଟ୍ୱେଣ୍ଟି ସେଞ୍ଚୁରୀ ମେଡିଆ ସହଯୋଗରେ ଏହି ଟି-୨୦ ଲିଗ ଆରମ୍ଭ ହେବ । ଜୁନ୍ ୨୮ ତାରିଖ ଯାଏଁ ଚାଲିବ ଏହି ଟି-୨୦ କ୍ରିକେଟ୍ ଲିଗ୍ । ଏହି ଲିଗରେ ମୋଟ ୬ଟି ଟିମ ଭାଗ ନେବେ । ଡ୍ରିମସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ । ପ୍ରତ୍ୟେକ ଟିମ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ପୂର୍ବରୁ ୧୦ଟି ମ୍ୟାଚ ଖେଳିବେ । ସମସ୍ତ ମ୍ୟାଚ ଫ୍ୟାନ କୋଡ଼ ଆପ୍ଲିକେସନରେ ଲାଇଭ ଟେଲିକାଷ୍ଟ ହେବ।
ଓଡିଶା ଲାୟନ୍ସ, ଓଡିଶା ଟାଇଗର୍ସ, ଓଡିଶା ଜାଗୁଆର୍ସ, ଓଡିଶା ପୁମାସ, ଓଡିଶା ପାନ୍ଥରର୍ସ ଓ ଓଡିଶା ଚିତାସ ଏହି ମେଗା ପ୍ରତିଯୋଗିତାରେ ଦମ୍ ଦେଖାଇବ । ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ ଖେଳାଯିବ ।
ମୋଟ ୩୩ଟି ମ୍ୟାଚ ଏହି ଲିଗରେ ଖେଳାଯିବ । ଆଇପିଏଲ ଭଳି ଲାଲ ଓ ସବୁଜ କ୍ୟାପ ମଧ୍ୟ ଅଧିକ ଓ୍ବିକେଟ୍ ଟେକର ଓ ରନ ସ୍କୋରରଙ୍କ ପାଇଁ ଉପଲବ୍ଧ କରିଛି ଓଡିଶା କ୍ରିକେଟ ସଂଘ । ଯେଉଁମାନେ ରାଜ୍ୟର ଦକ୍ଷ ଖେଳାଳି ରହିଛନ୍ତି ସେମାନଙ୍କୁ ଓସିଏ ଚୟନ କମିଟି ଚୟନ କରିଛି । କଳାହାଣ୍ଡି କପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ମଧ୍ୟ ଏହି ଲିଗରେ ସାମିଲ ହୋଇଛନ୍ତି । ମୋଟ ୯୨ ଜଣ ଖେଳାଳିଙ୍କୁ ୬ଟି ଟିମରେ ରଖାଯାଇଛି । ଏହି ଲିଗରେ ଭଲ ପ୍ରଦର୍ଶନ ହେଲେ ସେମାନଙ୍କୁ ସୟେଦ ମୁସ୍ତାକ ଅଲି ଟ୍ରଫିରେ ଖେଳିବାର ସୁଯୋଗ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଓସିଏ ସିଏଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି ।
You Can Read :