ପାକିସ୍ତାନ ଆଇଏସଆଇ ଏଜେଣ୍ଟ ହାତରେ ଓଡିଶା ସିମ୍ କାର୍ଡ ଘଟଣା : ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସ୍ଟିଏଫ୍ ଟିମ୍
24/06/2023 at 3:03 PM

ଭୁବନେଶ୍ବର ୨୪।୬: ପାକିସ୍ତାନ ଆଇଏସଆଇ ଏଜେଣ୍ଟ ହାତରେ ଓଡିଶା ସିମ୍ କାର୍ଡ ଘଟଣାରେ ପଶ୍ଚିମବଙ୍ଗ ଯିବ ଓଡିଶା ଏସ୍ଟିଏଫ୍ । ପୂର୍ବରୁ ପଶ୍ଚିମବଙ୍ଗ ଏସ୍ଟିଏଫ୍ ଗିରଫ କରିଥିବା ଗୁଡୁ କୁମାରକୁ ଜେରା କରିବା ପାଇଁ ପଶ୍ଚିମବଙ୍ଗ ଯିବ ଓଡିଶା ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ।
ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସ୍ଟିଏଫ୍ । କେଶ ନମ୍ବର ୧୩୨୭/୨୨ରେ ନ୍ୟୁ ଜଲପାଇଗୁଡ଼ି ଥାନାରେ ହୋଇଛି ମାମଲା । ତଦନ୍ତ ବେଳେ ପଠାଣି ଓ ଗୁଡୁ କୁମାରର ଲିଙ୍କ ଥିବା ଜାଣିବାକୁ ପାଇଛି ଏସ୍ଟିଏଫ୍ । ସେପଟେ ଓଡିଶା ଏସ୍ଟିଏଫ୍ ଓଟିପି ସେୟାରିଂ ମାମଲାର ମାଷ୍ଟର ମାଇଣ୍ଡ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସ୍ଟିଏଫ୍ । ଏଥିପାଇଁ ଖୁବ୍ ଶୀଘ୍ର କୋର୍ଟରେ ଆବେଦନ କରିବ ପଶ୍ଚିମବଙ୍ଗ ଏସ୍ଟିଏଫ୍ ଟିମ୍ ।
ସେପଟେ ପ୍ରୀତମର ଦୁଇ ଦିନିଆ ରିମାଣ୍ଡ ସରିଛି । ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସ୍ଟିଏଫ୍କୁ ମିଳିଛି । କ୍ରିପ୍ଟୋ କରେନ୍ସୀରେ ପାଖାପାଖି ୧ କୋଟି ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ଜାଣିବାକୁ ପାଇଛି ଏସ୍ଟିଏଫ୍ ।
You Can Read :