ଆସନ୍ତା ୧୭ରୁ ରାଜ୍ୟସ୍ତରୀୟ ଯୁବ ବାସ୍କେଟବଲ ପ୍ରତିଯୋଗିତା

Published By : Prameya-News7 Bureau | August 08, 2022 IST

କଟକ ୮।୮: ଆସନ୍ତା ୧୭ରୁ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ।  ଓଡିଶା ବାସ୍କେଟବଲ ଆସୋସିଏସନ୍, କେଶବ ଫାଉଣ୍ଡେସନ  ଏବଂ ନବଜାଗରଣ ସଂସ୍ଥା ଆନୁକୂଲ୍ୟରେ କଟକ ଜବାହାର ନେହେରୁ ଷ୍ଟାଡିୟମରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି । ଉଭୟ ବାଳକ ଏବଂ ବାଳିକା ବର୍ଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ୨୫୦ ଜଣ ବାଳକ ଏବଂ ୧୫୦ରୁ ଉର୍ଦ୍ଧ୍ବ ବାଳିକା ଅନୁବନ୍ଧିତ ଜିଲ୍ଲା ଏବଂ କ୍ଲବ୍ ତରଫରୁ ପ୍ରତିନିଧିତ୍ବ କରିବେ ।

{"id":667989,"width":840,"height":622,"sizeSlug":"full","linkDestination":"none"}

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ । ପ୍ରେସମିଟ୍ ରେ ଆୟୋଜକ ଏହି ସୂଚନା ଦେଇଛନ୍ତି ।  ଏହି ଅବସରରେ ଓଡିଶା ବାସ୍କେଟବଲ ଆସୋସିଏସନ୍‌ର ସମ୍ପାଦକ ଅଶୋକ ସାହୁ, କେଶବ ଫାଉଣ୍ଡେସନର ସଭାପତି ରଶ୍ମିତା ମିଶ୍ର, ନବଜାଗରଣର ସଭାପତି ସରୋଜ କୁମାର ଜେନାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.