ଭୁବନେଶ୍ୱର ୨୮। ୮: ରାଜ୍ୟର ସମସ୍ତ ସରକାରୀ କର୍ମାଚାରୀଙ୍କୁ ଅଗଷ୍ଟମାସର ଦରମା ସେପ୍ଟେମ୍ବର ୧ ତାରିଖ ପରିବର୍ତ୍ତେ ଅଗଷ୍ଟ ୩୧ ତାରିଖରେ ପ୍ରଦାନ କରାଯିବ। ରାଜ୍ୟ ସରକାର ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧, ୨ ଓ୩ ତାରିଖ ଛୁଟି ପଡୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ସେପ୍ଟେମ୍ବର ୩ ତାରିଖରେ ନୂଆଖାଇ ପଡୁଥିବାରୁ କର୍ମଚାରୀଙ୍କ ସୁବିଧା ଲାଗି ସରକାର ଏଭଳି ପଦେକ୍ଷପ ନେଇଛନ୍ତି। କେବଳ କର୍ମଚାରୀ ନୁହଁନ୍ତି ଅବରପ୍ରାପ୍ତ କର୍ମଚାରୀଙ୍କୁ ବି ସେମାନଙ୍କ ପେନସନ୍ ସେପ୍ଟେମ୍ବର ୧ତାରିଖ ପୂର୍ବରୁ ମିଳିଯିବ।
{"id":150246,"align":"center"}ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ,...