କଂଗ୍ରେସର ରାଜ୍ୟକାର୍ଯ୍ୟକାରିଣୀ ବୈଠକ, ପ୍ରଭାରୀଙ୍କ ସହ ବରିଷ୍ଠ ନେତା ଉପସ୍ଥିତ
22/07/2023 at 12:06 PM

Image Courtesy : Congress Bhavan Odisha
ଭୁବନେଶ୍ୱର ୨୨।୦୭ : ବସିଲା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ପ୍ରଥମ ପର୍ଯ୍ୟାୟରେ ରାଜନୈତିକ ବ୍ୟାପାର କମିଟିର ବୈଠକ ଆରମ୍ଭ । ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ ଉପସ୍ଥିତ।
ତେବେ ସବୁ ଫ୍ରଣ୍ଟାଲ ଅର୍ଗାନାଇଜେସନର ମୁଖ୍ୟ ମାନେ ଉପସ୍ଥିତ ରହିଛନ୍ତି । ଏହାସହିତ ସଂଗଠନକୁ କିଭଳି ସୁଦୃଢ ହେବ। ଦଳର କଣ କଣ ରାଜନୈତିକ ରଣନୀତି ରହିବ। ଯେଉଁ ରାଜନୈତିକ ପ୍ରସ୍ତାବ ପାରିତ ହେବ, ତାହା କିଭଳି ଦଳ କାର୍ଯ୍ୟକାରୀ କରିବ । ସେନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ପରେ ୨ଟି ପର୍ଯ୍ୟାୟରେ ହେବ ମିଟିଂ ।