WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲକ୍ଷ୍ମୀ ଯୋଜନାକୁ ବିରୋଧ, ଆସନ୍ତା ୧୦ରେ ବସ୍‌ ଧର୍ମଘଟ

27/09/2023 at 7:17 PM

ଭୁବନେଶ୍ୱର, ୨୭/୯: ଆସନ୍ତା ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ। ଅଲ୍‌ ଓଡ଼ିଶା ବସ୍‌ ମାଲିକ ସଂଘ ବୈଠକରେ ନିଷ୍ପତ୍ତି। ସାରା ରାଜ୍ୟ ଲାଗି ଆରମ୍ଭ ହେବାକୁ ଥିବା ସରକାରଙ୍କ ନୁଆ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରିଥିଲେ ବସ୍‌ ଆସୋସିଏସନ୍।

ବସ୍‌ ମାଲିକ ସଂଘର ଅଭିଯୋଗ ଅନୁସାରେ- ଗାଁରୁ ଗାଁ କିମ୍ବା ଗାଁରୁ ବ୍ଲକ୍‌କୁ ଲକ୍ଷ୍ମୀ ଯୋଜନାରେ ବସ୍‌ ଚାଲିଲେ କୌଣସି ଅସୁବିଧା ନାହିଁ। କିନ୍ତୁ ବ୍ଲକ୍‌ରୁ ଜିଲ୍ଲାକୁ ଓ ସହରକୁ ଗଡ଼ିଲେ ଘରୋଇ ବସ୍‌ ମାଲିକ କ୍ଷତି ସହିବେ ବୋଲି ସଂଘ କହିଛି। ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଆଣିବା ପାଇଁ ସେମାନେ ଦାବି କରିଛନ୍ତି।

ଅକ୍ଟୋବର ୨ରେ ଶୁଭାରମ୍ଭ ହେବ ମୋ ଲକ୍ଷ୍ମୀ ଯୋଜନା। ବସ ଯୋଜନାରେ ପଞ୍ଚାୟତ ସହ ଯୋଡି ହେବ ବ୍ଳକ ଓ ବ୍ଳକ ସହ ଯୋଡି ହେବ ଜିଲ୍ଲା । ସୁଲଭ ବସ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଯାତାୟାତ କରି ପାରିବେ ଗରିବ ଲୋକେ।

   Related Posts