scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୂରଣ ହେଲାନି ୫ ଦଫା ଦାବି, ଆମରଣ ଅନଶନରେ ଜେଲ୍ କର୍ମଚାରୀ

25/09/2023 at 4:04 PM

କେନ୍ଦୁଝର ୨୫।୯: ସମାନ କାମକୁ ସମାନ ଦରମା ଦାବିରେ ଗତ ୧୩ ତାରିଖରୁ କଳା ବ୍ୟାଚ୍ ପିନ୍ଧି ଜେଲ୍ ୱାର୍ଡରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଥମେ କଳା ବ୍ୟାଚ୍ ପିନ୍ଧି ତାଙ୍କ ଦାବି ସଂପର୍କରେ ସରକାରଙ୍କୁ ଅବଗତ କରାଇଥିଲେ ହେଲେ ସରକାର କର୍ଣ୍ଣପାତ ନକରିବାରୁ ସୋମବାରଠାରୁ ଜେଲ୍ ୱାର୍ଡରମାନେ ଆମରଣ ଅନଶନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଜେଲ୍ ୱାର୍ଡରମାନଙ୍କ କହିବା କଥା ଗୃହ ବିଭାଗ ଅଧିନରେ ଥିବା ଆମର ଆଉ ରାଜ୍ୟ ପୋଲିସର ସମସ୍ତ କର୍ଯ୍ୟ ସମାନ ଥିବାବେଳେ ଆମକୁ ସରକାର ଅଣଦେଖା କରୁଛନ୍ତି । ସମାନ କାମକୁ ସମାନ ଦରମା ଥିବା ବେଳେ ପୋଲିସ ଯାହା ପାଉଛନ୍ତି ଆମେ ତାହା ପାଉନାହିଁ । ଆମର ଦାବିଗୁଡିକ ହେଲା ୱାର୍ଡରମାନଙ୍କର ଗ୍ରେଡ୍ ପେ’ ୧୯୦୦ରୁ ୨୦୦୦କୁ ବୃଦ୍ଧି, ଚିପ୍ ୱାର୍ଡରଙ୍କ ଗ୍ରେଡ୍ ପେ’ ୨୦୦୦ରୁ ୨୪୦୦କୁ ବୃଦ୍ଧି , ୨୦୧୨ ପଦୋନ୍ନତି ନିୟମ ଲାଗୁ, ଉପଖଣ୍ଡସ୍ତରୀୟ ବଦଳି ନିୟମ କୋହଳ, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦କୁ ବୃଦ୍ଧି, ୧୩ ମାସିଆ ଦରମା ବୃଦ୍ଧି ଆଦି ଦାବି ନେଇ ୱାର୍ଡର ସଂଘ ଆମରଣ ଅନଶନକୁ ଓହ୍ଲାଇଛି ।

ଖଲ୍ଲିକୋଟ ୨୫।୯: ସରକାର ୫ଦଫା ଦାବି ପୂରଣ ନକରିବାରୁ ସୋମବାରଠୁ ଛତ୍ରପୁର ଉପକାରାଗାର କର୍ମଚାରୀମାନେ ଆମରଣ ଅନଶନ କରିଛନ୍ତି । ଉପକାରାଗାର ପରିସରରେ ସେମାନେ ଏହି ଅନଶନ କରିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ଆମର ଦାବି ପୂରଣ ନହେବ ସେତେଦିନ ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି କହିଥିଲେ । ଏନେଇ ସେମାନେ ଚଳିତ ମାସ ୧୩ରୁ୨୪ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପିନ୍ଧିକାର୍ଯ୍ୟ କରୁଥିଲେ କିନ୍ତୁ ଦାବି ପୂରଣ ନହେବାରୁ ସୋମବାରଠୁ ଆମରଣ ଅନଶନ କରାଯାଇଛି । ଦାବି ମଧ୍ୟରେ ୱାର୍ଡରମାନଙ୍କ ଗ୍ରେଡ୍‌ ପେ’ ୧୯୦୦ରୁ ୨୦୦୦କୁ ବୃଦ୍ଧି କରିବା ଓ ମୁଖ୍ୟ କାରାରଖିଙ୍କ ଗ୍ରେଡ୍ ପେ’ ୨୦୦୦ରୁ ୨୪୦୦କୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ ୨୦୧୨କୁ ପୁଣି ଲାଗୁ କରିବା, ଉପଖଣ୍ଡସ୍ତରୀୟ ବଦଳି ନିୟମକୁ କୋହଳ କରିବା, ଖାଦ୍ୟ ଭତ୍ତା ବାବଦକୁ ମିଳୁଥିବା ୪୦୦ ଟଙ୍କାକୁ ୧୪୦୦ଟଙ୍କା କରିବା ଓ ୧୩ ମାସିଆ ଦରମା ବୃଦ୍ଧି କରିବା ଦାବି ରହିଛି ।

ଚୌଦ୍ବାର ୨୫।୯: କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ସମ୍ମୁଖରେ କର୍ମଚାରୀଙ୍କ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ । ୫ ଦଫା ଦାବି ନେଇ ଜେଲ୍ କର୍ମଚାରୀମାନେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରୁଛନ୍ତି l ୱାର୍ଡର ମାନଙ୍କର ଗ୍ରେଡ଼ ପେ’ ୧୯୦୦ରୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବା, ଚିଫ୍ ୱାର୍ଡରଙ୍କର ୨୦୦୦ରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତ ନିୟମ ୨୦୧୨କୁ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦କୁ ବୃଦ୍ଧି  କରିବା ଭଳି ଦାବି ରଖିଛି ସଙ୍ଘ । କଳା ବ୍ୟାଚ୍ ପିନ୍ଧି ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିବାଦ କରୁଥିଲେ କାରା କର୍ମଚାରୀମାନେ । ସୋମବାର ୫ ଦଫା ଦାବି ନେଇ କାରାଗାର କର୍ମଚାରୀମାନେ ଆମରଣ ଅନଶନରେ ଓହ୍ଲାଇଛନ୍ତି । ସରକାର ଜେଲ୍ କର୍ମଚାରୀମାନଙ୍କ ପାଇଁ ବୈମାତୃକ ମନୋଭାବ ରଖି ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜେଲ୍ କର୍ମଚାରୀ । ତେବେ ସରକାର କେବେ ଏମାନଙ୍କ ଗୁହାରି ଶୁଣୁଛନ୍ତି ଏବଂ ଏମାନେ ମୁଖ୍ୟ ସ୍ରୋତକୁ କେବେ ଫେରୁଛନ୍ତି ଦେଖିବାକୁ ବାକି ରହିଲା l

You Can Read :

   Related Posts