ରାଜ୍ୟରେ ଅଘୋଷିତ ବିଜୁଳି କାଟ ହେଉନି: ଶକ୍ତିମନ୍ତ୍ରୀ ପ୍ରତାପ ଦେବ

Published By : Prameya-News7 Bureau | May 31, 2023 IST

ଭୁବନେଶ୍ୱର: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି ବୋଲି ସ୍ୱୀକାର କରିବାକୁ ନାରାଜ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। କିନ୍ତୁ ବିଦ୍ୟୁତ ଭିତିଭୂମି ଦୁର୍ବଳ ବୋଲି ସେ ସ୍ୱୀକାର କରିଛନ୍ତି। ଏଥିପାଇଁ ଯୋଗୁ ପାୱାର ଟ୍ରିପ ହେଉଛି ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି।

୨୦୨୫ ସୁଧା ଭିତ୍ତି ଭୂମି ସଜାଡ଼ିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ଏଭଳି ପରିସ୍ଥିତ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରତି ବର୍ଷ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥାଏ। ତାର ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଆ ଉପକୂଳବର୍ତ୍ତି ତଥା ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ପାଇଁ ଯୋଜନା ହୋଇଛି।

ପଢ଼ନ୍ତୁ -ଥାନାଧିକାରୀଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତି ବୈଠକ; ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

ରାଜ୍ୟ ସରକାର ନିଜ ଖର୍ଚ୍ଚରେ କରୁଛନ୍ତି। ଭୁବନେଶ୍ୱର ଆଦିରେ ଅଣ୍ଡର ଗ୍ରାଉଣ୍ଡ କାମ ୩ଟି ସ୍ଥାନରେ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ହୋଇଛି ବୋଲି ବିଭାଗ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.