SI ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି; ଡିଜିଙ୍କ କାର୍ଯ୍ୟାଳୟରେ ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ
26/12/2022 at 4:31 PM

କଟକ ୨୬/୧୨: ସନ୍ଦେହ ଘେରରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡର ସ୍ବଚ୍ଛତା। ୨୦୧୯ରେ ପୋଲିସ ଏସ୍ଆଇ (ସବ୍ ଇନ୍ସପେକ୍ଟର) ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ମେଧା ତାଲିକା ଏଭଳି ସନ୍ଦେହ ସୃଷ୍ଟି କରିଛି। ଅନ୍ୟପ୍ରତିଯୋଗିତା ମୂଳକ ପରୀକ୍ଷାରେ ୨/୩ ପ୍ରତିଶତ ନମ୍ବର ରଖିଥିବା ଯୁବକ, ଏସ୍ଆଇ ପରୀକ୍ଷାରେ ୯୭ ରୁ ୯୯ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।
ଫଳରେ ଏହା ଅନ୍ୟ ପରୀକ୍ଷାର୍ଥୀମାନଙ୍କୁ ସନ୍ଦେହ ଘେରରେ ରଖିବା ସହ ଆଶ୍ଚର୍ଯ୍ୟ ଚକିତ କରିଛି। ଏହି ପରୀକ୍ଷାରେ ଲକ୍ଷାଧିକ ଟଙ୍କା ଲାଞ୍ଚ କାରବାର ହୋଇଥିବାର କିଛି ଅଡ଼ିଓ ଭାଇରାଲ ହୋଇଛି। ଫଳରେ ସୋମବାର ୧୦୦ରୁ ଅଧିକ ଯୁବକ ଡିଜି (ପୋଲିସ ମହାନିର୍ଦ୍ଦେଶକ) କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଛନ୍ତି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023