ଦୀପାବଳି ନେଇ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ; ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬|୧୧:  ଦୀପାବଳି ନେଇ କମିଶନରେଟ୍  ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବାକୁ ନିଷେଧ କରାଯାଇଛି । ହସପିଟାଲ, ଶିକ୍ଷାନୁଷ୍ଠାନ ଓ କୋର୍ଟ ପାଖରେ ବାଣ ଫୁଟାଇବା ମନା । ଶିଲ୍କ, ରେଶମ ଓ ପଶମ ବସ୍ତ୍ର ପିନ୍ଧି ବାଣ ଫୁଟାଇବାକୁ ବାରଣ କରାଯାଇଛି । ବାଣ ଫୁଟାଇବା ସମୟରେ ଆଶୁ ଚିକିତ୍ସା ବାକ୍ସ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି । ଆକାଶ ଦୀପ ଓ ରକେଟ୍ ବାଣ ନମାରିବାକୁ ଅପିଲ କରାଯାଇଛି । ଜରୁରୀ ପରିସ୍ଥିତି ଉପୁଜିଲେ ପୋଲିସ କଣ୍ଟ୍ରୋଲ ରୁମ୍ କିମ୍ବା ଦମକଳ କେନ୍ଦ୍ରକୁ ଜଣାଇବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.