Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଗୋପାଳ ଦାସଙ୍କ ସଂପର୍କରେ ଚାଲିଛି ଆଲୋଚନା !

23/02/2023 at 12:40 PM

Strike In Rourkela on March 1

ଭୁବନେଶ୍ୱର ୨୩।୦୨ : ଡିଜିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଆଇନଶୃଙ୍ଖଳା ଏଡିଜି ଆର୍.କେ ଶର୍ମା, ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ଗୋପାଳ ଦାସ ସମ୍ପର୍କରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ସେହିପରି ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ୍ (FBI) ସମ୍ପର୍କରେ ବି ଚାଲିଛି ଆଲୋଚନା।

ସୂଚନାଯୋଗ୍ୟ ଯେ, ନବ ଦାସ ହତ୍ୟା ମାମଲାରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ନବ ଦାସଙ୍କ ମୃତ୍ୟୁ ଦୁଃଖଦାୟକ । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ନବ ଦାସ ଥିଲେ ପ୍ରତିବଦ୍ଧ । ନବ ଦାସ୍‌ଙ୍କ ଭଳି ଜଣେ ଟାଣୁଆ ନେତାଙ୍କୁ ଜଣେ ଏଏସ୍ଆଇ ହତ୍ୟା କରିଛନ୍ତି । ଯାହାକି ଗ୍ରହଣୀୟ ନୁହେଁ, ତଥାପି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଜଷ୍ଟିସ୍ ଜେପି ଦାସଙ୍କ ତଦାରଖରେ ଚାଲିଛି ତଦନ୍ତ ।

ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ପାଇଁ କୁହାଯାଇଛି । ଅଭିଯୁକ୍ତର ଫରେନସିକ୍ ଟେଷ୍ଟ କରାଯାଇଛି । ନାର୍କୋ ଆନାଲିସିସ୍ ଟେଷ୍ଟ ମଧ୍ୟ କରାଯାଇଛି । ତେବେ ରାଜନୀତିରେ ଅପରାଧୀକରଣ ଶୁଭଙ୍କର ନୁହେଁ । ତେବେ ତଦନ୍ତ ପାଇଁ FBI ସହାୟତା ମାଗିଛୁ । ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହାୟତା ଲୋଡ଼ାଯାଇଛି । ଏ ନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି ।

   Related Posts