ଜଳୁଛି ଚକାପାଦ ଜଙ୍ଗଲ; କିଏ ଲଗାଇଲା ନିଆଁ ?

Published By : Prameya-News7 Bureau | March 04, 2023 IST

ଫୁଲବାଣୀ: ଖରାଦିନ ଆସିବା କ୍ଷଣି ଜଙ୍ଗଳ ଜଳିବା ଆରମ୍ଭ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନର ଜଙ୍ଗଲପୋଡ଼ି ଘଟଣା ସାମ୍ନାକୁ ଆସିଛି। ଏବେ ଫୁଲବାଣୀର ଚକାପାଦ ଜଙ୍ଗଲରେ ନିଆଯାଇଥିବା ଖବର ମିଳିଛି। ଫୁଲବାଣୀ ବନଖଣ୍ଡ ଅଧୀନ ଟିକାବାଲି ରେଞ୍ଜ ଅନ୍ତର୍ଗତ ଚକାପାଦ, ବସ୍ତିଙ୍ଗିଆ  ଓ ପସରାରେ ଥିବା ଜଙ୍ଗଲଗୁଡ଼ିକ ହୁତ ହୁତ ହୋଇ ଜଳୁଥିବା ଦେଖିବାକୁ ମିଳିଛି।

ଏସବୁ ଅଂଚଳରେ ଜଙ୍ଗଲ ରୀତିମତ ଜଳୁଥିବା ଫଳରେ ମୂଲ୍ୟବାନ ଗଛ ନଷ୍ଟ ହେବା ସହ ବନ୍ୟ ଜନ୍ତୁ ମାନେ ଅସୁରକ୍ଷିତ ହୋଇପଡୁଛନ୍ତିl ଏବେ କେନ୍ଦୁପତ୍ର, ମହୁଲ ସଂଗ୍ରହ ସୁବିଧା ପାଇଁ ସ୍ଥାନୀୟ ଲୋକେ ଶୁଖିଲା ପତ୍ରରେ ନିଆଁ ଲଗାଇଦେଉ ଥିବାରୁ ଜଙ୍ଗଲ ନଷ୍ଟ ହେଉଥିବା ବିଭାଗ କହୁଛି।

wp:html /wp:html

ଏସବୁ ରୋକିବା ପାଇଁ ସଚେତନତା ରଥ ବି ଗାଁ କୁ ଗାଁ ବୁଲି ସଚେତନ ସୃଷ୍ଟି କରୁଛି l ପଥପ୍ରାନ୍ତ ନାଟକ ବି ଜଙ୍ଗଲ ବିଭାଗ ପକ୍ଷରୁ କରାଯାଉଛି l ତେବେ ଏ ସବୁର ଫଳ ଶୂନl ଆବଶ୍ୟକୀୟ ଦଣ୍ଡବିଧାନ କରାଯାଉ ନଥିବାରୁ ଲୋକଙ୍କ ମନରେ ଭୟ ରହୁ ନାହିଁ। ଫଳରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।  

{"width":840,"height":462}
ଧୂଆଁମୟ ଧନିଆଁ ପାହାଡ଼

ଧନିଆ ପାହାଡ଼ରେ ନିଆଁ

ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ ସୋଲର ଧନିଆଁ ପାହାଡ଼ରେ ନିଆଁ ଲାଗିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ପାହାଡ଼ରେ ନିଆଁ ଲାଗି ଥିବା ବେଖିବାକୁ ପାଇଥିଲେ। ଏହାପରେ ବଇରୀ ବନ ବିଭାଗ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଫୋନ୍ କରି ଜଙ୍ଗଲ ନିଆଁ ବିଷୟରେ ସୂଚନା ଦେଇଥିଲେ। ବନ ବିଭାଗ ଠାରୁ ଖବର ପାଇଁ ଅଗ୍ନିସମ ବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସମ୍ଭାବ୍ୟ ଅଘଟଣ ପାଇଁ ବନ ବିଭାଗ ସେଠାରେ ସଜାଗ ଥିବା ଜଣାପଡିଛି।

ସେହିପରି ଚଳିତ ବର୍ଷ ଜାନୁଆରୀ ମାସରେ ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳିଥିଲା। ତେବେ ସୌଭାଗ୍ୟର କଥା ହେଲା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କେହି ଅସାମାଜିକ ବ୍ୟକ୍ତି ନିଆଁ ଲଗାଇଥିବା ବନ ବିଭାଗ ଅନୁମାନ କରିଥିଲା।

{"width":838,"height":461}
ନଳବଣରେ ନିଆଁ

ସେହିପରି ଫେବ୍ରୁଆରୀ ମାସରେ ଚିଲିକା ନଳବଣରେ ନିଆଁ ଲାଗିଥିବା ଖବର ମଧ୍ୟ ଶୁଣିବାକୁ ମିଳିଥିଲ। ଅଗ୍ନିକାଣ୍ଡରେ ନଳଘାସ ହୁତ ହୁତ ହୋଇ ଜଳିଥିଲା। ବାଲୁଗାଁ ବନ ବିଭାଗ ଡିଭିଜନର ଟାଙ୍ଗୀ ରେଞ୍ଜ ଅଧୀନସ୍ଥ କାଳୁପଡାଘାଟ-ସୋରଣ ଗ୍ରାମ ମଧ୍ୟରେ ଏହି ନିଆଁ ଲାଗିଥିଲା। ଏଥିପାଇଁ ଜଳଚର ଜୀବଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡ଼ିଥିଲା। ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଅଗ୍ନିକାଣ୍ଡର କାରଣ ବି ଜଣାପଡ଼ି ନଥଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.