ଦୁଇଟି ଯାକ ଆସନରୁ ହାରିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
23/05/2019 at 9:17 PM

ଭୁବନେଶ୍ବର୨୩|୫: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ବନ୍ଦ୍ବୀତା କରୁଥିଲେ। ଏଥିରେ ସେ ତାଙ୍କର ପାରମ୍ପରିକ ଆସନ ଘଷିପୁରା ସହ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନମଣ୍ଡଳିରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ହେଲେ କୌଣସି ଗୋଟିଏ ବି ଆସନରୁ ବି ସେ ବିଜୟୀ ହୋଇପାରିନାହାନ୍ତି। ଘଷିପୁରାରେ ଶାସକ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ଠାରୁ ପରାସ୍ତ ହୋଇଛନ୍ତି ।
ସେହିଭଳି ଭଣ୍ଡାରୀପୋଖରୀରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କଠାରୁ ନିରଞ୍ଜନ ପରାସ୍ତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ବଦ୍ରିନାରାୟଣ ପାତ୍ରଙ୍କ ଆହ୍ବାନ କ୍ରମେ ନିରଞ୍ଜନ ଘଷିପୁରାରୁ ପ୍ରାର୍ଥୀ ହୋଇଥିଲେ । ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ବେଳେ ବେଶ ଗରମା ଗରମ ପରିସ୍ଥିତି ଉପୁଜିଥିଲା। ବହୁବାର ଉଭୟଙ୍କ ସମର୍ଥକ ପରସ୍ପରଙ୍କ ଉପରେ ଆକ୍ରମଣ କରିଥିଲେ। ରାଜନୈତିକ ହିଂସାକାଣ୍ଡ କାରଣରୁ ଘଷିପୁରା ଆସନ ସମ୍ବେଦନଶୀଳ ହୋଇପଡିଥିଲା।