ରୋଲ୍‌ ମଡେଲ ହେଲା ଓଡିଶା, ସାରା ଦେଶରେ ରାଜସ୍ବ ବଳକା ଭାବେ ୧ ନମ୍ବର ରାଜ୍ୟ

Published By : Prameya-News7 Bureau | November 15, 2023 IST

ଭୁବନେଶ୍ୱର ୧୫।୧୧: ସାରା ଦେଶରେ ରାଜସ୍ବ ବଳକା ଭାବେ ଏକ ନମ୍ବର ରାଜ୍ୟ ହୋଇଛି ଓଡ଼ିଶା । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ବ ବଳକା ପାଇଛି । ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା. ଆସାମ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଆର୍ଥିକ ପରିଚାଳନାରେ ଏବେ ଓଡ଼ିଶା ସାରା ଦେଶ ପାଇଁ ଉଦାହରଣ ପାଲଟିଛି ।

୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ହଜାର ୪୭୧ କୋଟି ଟଙ୍କାର ରାଜସ୍ବ ବଳକା ପାଇଛି । ଏଥି ସହ ନୂଆ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା, ନବୀନ ଓଡ଼ିଶାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ 5T ସଂସ୍କାରର ଫଳ ସ୍ବରୂପ ଏହା ସମ୍ଭବ ହୋଇପାରିଛି । ରାଜସ୍ବ ବଳକାରେ ଓଡ଼ିଶା ପଛକୁ ରହିଛି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ କଂଗ୍ରେସ ଶାସିତ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ । ମହାରାଷ୍ଟ୍ର, ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ଆସାମ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ରାଜସ୍ବ ନିଅଣ୍ଟରେ ଚାଲୁଛନ୍ତି । ଓଡ଼ିଶା ସରକାର ନିଜସ୍ବ ସମ୍ବଳରେ ଅନେକ କିଛି ଜନ ହିତକର ଯୋଜନା କରିବାରେ ସକ୍ଷମ ହୋଇପାରିଛନ୍ତି । ରାଜ୍ୟର ରୂପାନ୍ତରଣରେ ଏହାର ବଳିଷ୍ଠ ଯୋଗଦାନ ରହିଛି ।ସାଂସ୍କୃତି ପ୍ରାଣକେନ୍ଦ୍ର, ସ୍କୁଲ, ପାନୀୟ ଜଳ, ଜଳସେଚନ, ଚାଷୀ, ମିଶନ ଶକ୍ତି, ସ୍ବାସ୍ଥ୍ୟସେବା, ଗ୍ରାମାଞ୍ଚଳର ବିକାଶ ଇତ୍ୟାଦିରେ ବ୍ୟାପକ ଉନ୍ନତି ଆସିପାରିଛି । ଏଥି ସହ ପ୍ରାୟ କେନ୍ଦ୍ରୀୟ ସ୍କିମ୍‌ରେ ନିଜ ଭାଗ ଅର୍ଥ ଖର୍ଚ୍ଚ କରିବା ସହିତ  ଜମି ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ଅର୍ଥ ଖର୍ଚ୍ଚ କରୁଛନ୍ତି ଓଡ଼ିଶା ସରକାର । ଏମିତିରେ ଅର୍ଥନୈତିକ ବିଶେଷଜ୍ଞଙ୍କ କହିବା କଥା ୧୯୯୯ରେ ଓଡ଼ିଶା ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା । ହେଲେ ନବୀନ ସରକାରଙ୍କ ୨୩ବର୍ଷର ଶାସନ କାଳରେ ରାଜ୍ୟର ବଜେଟ୍‌ ୨ଲକ୍ଷ ୩୦ହଜାର କୋଟି ଟଙ୍କା ଟପିଛି । ଆଗେ ଓଡ଼ିଶା କନଜ୍ୟୁମିଂ ଷ୍ଟେଟ୍‌ ଥିଲା ଏବେ ପ୍ରଡ୍ୟୁସିଂ ଷ୍ଟେଟ୍‌ରେ ପରିଣତ ହୋଇଛି । ଓଡ଼ିଶାର ଋଣ ଭାର ଲଗାତର ଭାବେ କମି ଚାଲିଛି । ରାଜସ୍ବ ବଳକା ହେବାରୁ ରାଜ୍ୟରେ ଗରିବ କଲ୍ୟାଣ ଯୋଜନା ଏବଂ ଲୋକାଭୀମୁଖୀ ଯୋଜନା ହୋଇପାରୁଛି । ରାଜ୍ୟର GSDP ବଢ଼ିଛି ।

ସେହିଭଳି ରାଜ୍ୟରେ ଖଣି ରାଜସ୍ବ ବଢ଼ିଛି । GSTରୁ ଆୟ ଅଧିକ ହେଉଛି । ଫିକ୍ସଡ୍‌ ଏକ୍ସପେଣ୍ଡଚରକୁ ରାଜ୍ୟ ସରକାର ନିୟନ୍ତ୍ରଣରେ ରଖିପାରିଛନ୍ତି । ସେହିଭଳି କ୍ୟାପିଟାଲ ଏକ୍ପପେଣ୍ଡିଚର କରିବାରେ ଆଗୁଆ ରହିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିତ୍ତୀୟ ନିଅଣ୍ଟକୁ ତିନି ପ୍ରତିଶତ ଭିତରେ ରଖିବାରେ ସଫଳ ହୋଇଛନ୍ତି ସରକାର ।ରାଜ୍ୟ ସରକାରଙ୍କ ଏଭଳି ଆର୍ଥିକ ପରିଚାଳନା ଯୋଗୁଁ ଓଡ଼ିଶା ରାଜସ୍ବ ବଳିକା ରାଜ୍ୟ ହୋଇପାରିଛି । ଇକୋନୋମିକ୍‌ ଇଣ୍ଡିକେଟରରେ ଏହା ଏକ ଭଲ ସଂକେତ ବୋଲି କହିଛନ୍ତି ଅର୍ଥନୀତି ସମୀକ୍ଷକ ।

You Can Read :

wp:embed {"url":"https://www.prameyanews7.com/soa-signs-mou-with-vietnam-on-education/","type":"wp-embed","providerNameSlug":"prameya-news-7"}
https://www.prameyanews7.com/soa-signs-mou-with-vietnam-on-education/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.