scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍‌

1/09/2023 at 7:12 PM

kanteimundi-brinjal Gi tag

ନୟାଗଡ: କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ୍‌ ମାନ୍ୟତା। ୨୦୨୧ ମସିହାରେ କଣ୍ଟିଲୋ ବାଣପୁରର ନିଳମାଧବ କୃଷି ସଂଗଠନ କେଣ୍ଟେଇମୁଣ୍ଡି ବାଇଗଣକୁ ଭୌଗଳିକ ସଂକେତ ବା ଜିଆଇ ଟ୍ୟାଗ୍‌ ଦେବା ଲାଗି ଆବେଦନ କରିଥିଲା। ଆଜି କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ କଣ୍ଟେଇମୁଣ୍ଡି ବାଇଗଣକୁ ଭୌଗଳିକ ସଂକେତ ପ୍ରଦାନ କରିଛି।

କଣ୍ଟିଲୋ ନିକଟସ୍ଥ ସିଧାମୁଳା ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୩୯ ନଂ ଦରଖାସ୍ତରେ ଦାବି ରଖିଥିଲା । ଏଥିପାଇଁ ଓୟୁଏଟି ମଧ୍ୟ କୃଷକମାନଙ୍କୁ ବିଭିନ୍ନ ସମୟରେ ପୁରସ୍କୃତ କରିବା ସହ ଜିଆଇ ଟ୍ୟାଗ ମାନ୍ୟତା ନିମନ୍ତେ ସହଯୋଗ କରିଆସୁଥିଲା। କଣ୍ଟେଇମୁଣ୍ଡି ବାଇଗଣକୁ ବିଭାଗ ୩୧ର ମାନ୍ୟତା ମିଳିଛି।

ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ରତା ଲାଭ କରିଥିବା ଏହି କଣ୍ଟେଇମୁଣ୍ଡି ବାଇଗଣ ଗଛପତ୍ର ଓ ଫଳରେ ସବୁଆଡେ କଣ୍ଟା ଲାଗି ରହିଥାଏ। ଏହି ବାଇଗଣଟି ଅନ୍ୟାନ୍ୟ ବାଇଗଣ ଠାରୁ ଅଲଗା। ପ୍ରତ୍ୟେକ ବାଇଗଣର ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ। ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ।

ପଢ଼ନ୍ତୁ-ରାତିଅଧରେ ବସୁଛି ପରିବା ହାଟ, ଭୋରରେ ସରୁଛି ଜିନିଷ

ବିଶେଷକରି ଡିସେମ୍ବର ମାସରୁ ଏପ୍ରିଲ୍ ମାସ ମଧ୍ୟରେ ଏହି ବାଇଗଣ ଫଳିଥାଏ। ଏହାର ସ୍ୱାଦ ସ୍ୱତନ୍ତ୍ରତା ରହିଛି। ଏହି ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି। ଜିଲ୍ଲାର ଖଣ୍ଡପଡା ବ୍ଲକ୍ ଅନ୍ତର୍ଗତ ବଡବାଣପୁର, ରତନପୁର ଏବଂ ଭାପୁର ବ୍ଲକର ଧାନଚାଙ୍ଗଡା, ଲକ୍ଷ୍ମୀପ୍ରସାଦ , ଏବଂ କୁମୁଣ୍ଡି ଅଞ୍ଚଳରେ ଏହି କଣ୍ଟେଇମୁଣ୍ଡି ବାଇଗଣ ଚାଷ କରାଯାଇଥାଏ।


ନୟାଗଡ଼ ଜିଲ୍ଲାର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ଏହା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବୋଲି ଜିଲ୍ଲାପାଳ କହିବା ସହ ଆବେଦନକାରୀ ଚାଷୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ପାଣିପାଗ ଖବର ପଢ଼ନ୍ତୁ- ଆସନ୍ତା ୩ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପରବର୍ତ୍ତୀ ୪୮ଘଣ୍ଟାରେ ଲଘୁଚାପ !

   Related Posts