ଆୟୁଷ୍ମାନ ଯୋଜନା ସଂପ୍ରସାରିତ କରିବା ମୁଡରେ କେନ୍ଦ୍ର : ସାମିଲ ହୋଇପାରେ ଓଡିଶା, ସଚିବାଳୟରେ ଗୁରୁତ୍ୱପୂର୍ଣ ବୈଠକ

Published By : Prameya-News7 Bureau | June 04, 2019 IST

ଭୁବନେଶ୍ୱର ୪/୬ : ନିର୍ବାଚନ ସରିଗଲା ଏବେ ପରସ୍ପର ସହ ହାତ ମିଳାଇବାର ବେଳ । ଆୟୁଷ୍ମାନ ଯୋଜନା ଓ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଓଡିଶା ରାଜନୀତିରେ କେତେ କଣ ନଘଟିଛି । ବିଜେପି ଓ ବିଜେଡି ନେତାଏ ପରସ୍ପର ବିରୁଦ୍ଧରେ ଗଳା ଫଟାଇ ଚିତ୍କାର କରିଛନ୍ତି । ଏବେ କିନ୍ତୁ ସେଇ ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ ମିଳିଲାଣି । ଆଜି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏବଂ ଆୟୁଷ୍ମାନ ଭାରତର ୫ ଜଣିଆ ପ୍ରତିନିଧି ଦଳ ସହ ହୋଇଥିବା ବୈଠକରୁ ଏଭଳି ସଂକେତ ମିଳିଛି ।….

{"id":119633}

ଆୟୁଷ୍ମାନ ଯୋଜନାରେ ସାମିଲ ହୋଇପାରେ ଓଡିଶା । ଉଭୟ କେନ୍ଦ୍ର ଓ ରାଜ୍ୟ ଆଡୁ ଏଭଳି ଗ୍ରିନ୍ ସିଗନାଲ ମିଳିଲାଣି । ଆଜି ଆୟୁଷ୍ମାନ ଯୋଜନା ସିଇଓ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଭିତରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରୁ ଏଭଳି ଝଲକ ମିଳିଛି । ସାରା ଭାରତରେ ମୋଦି ସରକାର ନିଜର ଫ୍ଲାଗସିପ୍ ସ୍ବାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ଲାଗୁ କରିବାକୁ ବଦ୍ଧ ପରିକର ।

{"id":119639}

ଦ୍ବୀତିୟଥର କେନ୍ଦ୍ରରେ କ୍ଷମତାକୁ ଫେରିବା ପରେ ଏହାକୁ ସଂପ୍ରସାରିତ କରିବା ମୁଡରେ କେନ୍ଦ୍ର । ଅନ୍ୟପଟେ ନିର୍ବାଚନ ସରିବା ପରେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଲାଗୁକରି ନିଜ ମୁଣ୍ଡରୁ ଆର୍ଥିକ ବୋଝ କମାଇବା ଯୋଜନାରେ ବି ଅଛନ୍ତି ରାଜ୍ୟ ସରକାର । ତେଣୁ ଏଦିଗରେ ଆଜି ସଚିବାଳୟରେ ବସିଥିବା ପ୍ରଥମ ବୈଠକରେ ସକାରତ୍ମକ ଆଲୋଚନା ହୋଇଛି ।

{"id":119634}

ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦକରି ସାରା ଦେଶରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ଘୋଷଣା କରିଥିଲେ ମୋଦି ସରକାର ।  କିନ୍ତୁ ଏହାକୁ ଗ୍ରହଣ କରିନଥିଲେ ଓଡିଶା ସରକାର । ତା କାଉଣ୍ଟରରେ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ଲାଗୁ କରିଥିଲେ। ଦେଖନ୍ତୁ ନିର୍ବାଚନ ସମୟରେ ଆୟୁଷ୍ମାନ ଯୋଜନାକୁ ନେଇ କିଭଳି ନବୀନ ଓ ଧର୍ମେନ୍ଦ୍ର ଲଢାଲଢି ହୋଇଥିଲେ ।

{"id":119636}

କେନ୍ଦ୍ରର ଟାର୍ଗେଟ ଯେ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିବା ଓଡିଶା ସମେତ, ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଦିଲ୍ଲିକୁ ଏହି ଯୋଜନାରେ ଶିଘ୍ର ସାମିଲ କରାଯିବ । ଅନ୍ୟପଟେ ରାଜ୍ୟ ସରକାର ବି ଚାହୁଁଛନ୍ତି କିଛି ସର୍ତ୍ତ କେନ୍ଦ୍ର ମାନିନେଲେ ଓଡିଶା ଏହି ଯୋଜନାରେ ସାମିଲ ହୋଇଯିବ ।

{"id":119640}

୪ ଦିନ ତଳେ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ ଚିଠିଲେଖି ଜଣାସାରିଛନ୍ତି ଯେ ଯଦି ରାଜ୍ୟର କେତେକ ସର୍ତ୍ତ କେନ୍ଦ୍ର ମାନିନିଏ ତାହାଲେ ରାଜ୍ୟ ଆୟୁଷ୍ମାନ ଯୋଜନା ଲାଗୁ କରିପାରେ । ଏଥିପାଇଁ ଅମଙ୍ଗ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି।

{"id":119637}

ରାଜ୍ୟର ସର୍ତ୍ତ, ଯେଉଁମାନେ ବିଜୁସ୍ବାସ୍ଯ୍ୟକଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ପାଉଛନ୍ତି ସେମାନେ ଆୟୁଷ୍ମାନ ଯୋଜନାରେ ସାମିଲ ହେଲେ ସେଥିପାଇଁ ଆର୍ଥିକ ଭାର କିଭଳି ଓ କିଏ ଉଠାଇବ । ମହିଳାଙ୍କ କ୍ଷେତ୍ରରେ ଯେଉଁ ଅଧିକା ଆର୍ଥିକ ସୁରକ୍ଷା ଅଛି ତାଉପରେ କେନ୍ଦ୍ରର ବିଚାର କଣ ।

{"id":119638}

କେନ୍ଦ୍ରର ଯୁକ୍ତି, ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ସହ ଆୟୁଷ୍ମାନ ଯୋଜନା ଲାଗୁ କରିବାରେ ଅସୁବିଧା ନାହିଁ । ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କେତେକ ପ୍ରସଙ୍ଗ ଉପରେ ଏକମତ ହୋଇ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.