ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ! ପରୀକ୍ଷା ଆରମ୍ଭର ୧୫ମିନିଟ୍ ପରେ ମୋବାଇଲରେ ମିଳିଲା ଇଂରାଜୀ ପ୍ରଶ୍ନପତ୍ର

Published By : Prameya-News7 Bureau | February 25, 2019 IST

ବଲାଙ୍ଗିର|କଳାହାଣ୍ଡି ୨୫|୨: ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଗତ ୨୨ତାରିଖରୁ ଆରମ୍ଭ ହୋଇଛି । ଆଜି ଦ୍ବିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଛାତ୍ରଛତ୍ରୀ । ତେବେ ଇଂରାଜୀ ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୫ମିନିଟ୍ ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଏବଂ କଳାହାଣ୍ଡିରେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ଆସିଛି ।

{"id":88535}

ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ମାଟ୍ରିକ୍ ପ୍ରଶ୍ନପତ୍ର । ଇଂରାଜୀ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଅଭିଯୋଗ ହୋଇଛି । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ଥିବା ସତ୍ବେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେନେଇ ଏବେ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଏତେ ସୁରକ୍ଷା କଟକଣା ସତ୍ତ୍ବେ ବି କିଭଳି ପ୍ରଶ୍ନପତ୍ର ଭାଇରାଲ ହୋଇଛି ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର । ମନ୍ତ୍ରୀ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ହେଲେ ବି ପରୀକ୍ଷା ହଲ୍‌ରେ ପହଞ୍ଚି ପାରିବନି ଉତ୍ତର । ସବୁ ବାଟ ବନ୍ଦ କରାଯାଇଛି, କପି ହୋଇପାରିବ ନାହିଁ । ଅନ୍ୟପଟେ ବୋର୍ଡ ଅଧ୍ୟକ୍ଷ ଜାହାନ ଆରା ବେଗମ୍ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ଖବର ଗମମାଧ୍ୟମରୁ ପାଇଲି । ଭାଇରାଲ ପ୍ରଶ୍ନପତ୍ର ଓ ମୁଖ୍ୟ ପ୍ରଶ୍ନପତ୍ର ମଧ୍ୟରେ ସାମଞ୍ଜସ୍ୟ ନାହିଁ । ତେଣୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି କହିପାରିବାନାହିଁ ।

ପୂର୍ବରୁ ମଧ୍ୟ ମାଟ୍ରିକ ପରୀକ୍ଷା ପ୍ରଥମ ଦିନରୁ ହିଁ ମାତୃଭାଷା ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ମାତୃଭାଷା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ଆକ୍ସନ ମୁଡ୍ କୁ ଆସିଥିଲେ ବୋର୍ଡ କର୍ତ୍ତୃପକ୍ଷ । ମାତ୍ର ଏହା ସତ୍ତ୍ବେ ବି ଦ୍ବିତୀୟ ଦିନରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହେଲା । ତେବେ ପ୍ରଶ୍ନ ଉଠୁଛି ବାରମ୍ବାର ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.