ଦାନ ମାଝି ଘଟଣାର ପୁନରାବୃତ୍ତି: ପତ୍ନୀର ଶବକୁ କାନ୍ଧରେ ବୋହିଲେ ୩୩ କିମି

Published By : Prameya-News7 Bureau | February 09, 2023 IST

କୋରାପୁଟ: କଳାହାଣ୍ଡିର ଦାନ ମାଝିଙ୍କ କଥା ଆପଣଙ୍କର ହୁଏତ ମନେ ଥିବ। ଭବାନୀପାଟନା ହସ୍‌ପିଟାଲ୍‌ରେ ଆମ୍ବୁଲାନ୍ସ ନ ମିଳିବାର ପତ୍ନୀର ଶବକୁ ୧୦ କିମି କାନ୍ଧରେ ବୋହି ଆଣିଥିଲେ ଦାନ। ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ବିଦେଶୀ ମିଡିଆରେ ବି ଖବର ସିରୋନାମାରେ ଥିଲା। ଫଳରେ ସରକାରୀ ଅବ୍ୟବସ୍ଥାର ବିକଳଚିତ୍ର ପାଇଁ ସାରା ଦୁନିଆଁରେ ନିନ୍ଦିତ ହୋଇଥିଲା ଓଡ଼ିଶା।

ଏବେ ୬ ବର୍ଷ ପରେ ପୁଣିଥରେ ଦାନ ମାଝି ଘଟଣାର ପୁନରାବୃତ୍ତି ଘଟିଛି। ହେଲେ ଏଥର ପୀଡ଼ିତ ଓଡ଼ିଶାର ହୋଇଥିଲେ ବି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ। ପତ୍ନୀର ଶବକୁ କାନ୍ଧରେ ୩୩ କିମି ବୋହିଆଣିଛନ୍ତି ସ୍ୱାମୀ ଇଦେ ସାମୁଲୁ ପାଙ୍ଗୀ। ଏହି ଘଟଣା ପରେ ଆନ୍ଧ୍ର ପ୍ରଦେଶ ପୁଲିସ ପହଞ୍ଚି ମାନବିକତା ଦେଖାଇ ଆମ୍ବୁଲାନ୍ସ ଯୋଗାଡ଼ କରିଥିଲା। ଏହାପରେ ସାମୁଲୁ ପତ୍ନୀ ଇଦେ ଗୁରୁର ମୃତଦେହକୁ ନେଇ ଗାଁକୁ ଫେରିଥିଲା।

wp:html / {"id":743686,"sizeSlug":"full","linkDestination":"none"}

ସାମୁଲ ପାଙ୍ଗୀଙ୍କ ଘର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍‌ର ସୋରଡ଼ା ଗ୍ରାମରେ। ୩୨ ବର୍ଷୀୟ ସାମୁଲ ପାଙ୍ଗୀ ଓ ପତ୍ନୀ ଗୁରୁ(୩୦) ଆନ୍ଧ୍ରପ୍ରଦେଶର ବିଶାଖାପାଟନାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। କିଛିଦିନ ତଳେ ହଠାତ ଗୁରୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଇଯିବାରୁ ତାଙ୍କୁ ବିଶାଖାପାଟନା ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସଂକ୍ରମଣ ଜନିତ ସମସ୍ୟା ଥିବାରୁ ଡାକ୍ତର ଚିକିତ୍ସା କଲେ ବି ସଫଳ ହେଉ ନଥିଲା। ଏଣୁ ପତ୍ନୀଙ୍କୁ ଘରକୁ ନେଇଯିବାକୁ କହିଥିଲେ ଡାକ୍ତର।

ଅଟୋ କରି ଘରକୁ ଫେରୁଥିବା ବେଳେ ବାଟରେ ପତ୍ନୀ ଗୁରୁଙ୍କର ମୃତ୍ୟୁ ହୋଇଥିଲା। ଆଉ ଅଧା ବାଟରେ ଅଟୋ ରିକ୍ସା ଡ୍ରାଇଭର ମୃତଦେହ ନେବାକୁ ମନା କରି ବିଶାଖାପାଟନମର ଚେଲଲ୍ଲୁରୁ ରିଂ ରୋଡ୍‌ରେ ଛାଡ଼ି ପଳାଇଥିଲା। ଶେଷରେ ଅନ୍ୟ ଉପାୟ ନ ପାଇ ବାକି ଥିବା ୮୦ କିମି ରାସ୍ତା ପାଦରେ ଚାଲି ଚାଲି ଯିବାକୁ ସ୍ଥିର କରିଥିଲେ ସାମୁଲୁ ପାଙ୍ଗୀ। ମୃତାପତ୍ନୀଙ୍କୁ କାନ୍ଧରେ ବୋହି ୩୩ କିମି ଚାଲି ଚାଲି ଆସିବା ପରେ ଆନ୍ଧ୍ର ପୁଲିସର ନଜର ପଡ଼ିଥିଲା। ପୁଲିସ ଟଙ୍କା ଯୋଗାଡ଼ କରି ଆମ୍ବୁଲାନ୍ସ ଠିକ୍ କରି ସାମୁଲଙ୍କୁ ସୋରଡ଼ା ପଠାଇବାର ବ୍ୟବସ୍ଥା କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.