ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ, ଦିନ ୩ଟା ସୁଦ୍ଧା ୪୮.୪୪% ଭୋଟିଂ

Published By : Prameya-News7 Bureau | May 25, 2024 IST

ଭୁବନେଶ୍ବର ୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୩ଟା ସୁଦ୍ଧା ୪୮.୪୪% ମତଦାନ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଭୁବନେଶ୍ବରରେ ୪୨.୫୩, କଟକରେ ୪୩.୫୨, ଢ଼େଙ୍କାନାଳରେ ୫୦.୪୦, କେନ୍ଦୁଝରରେ ୫୩.୨୯, ପୁରୀରେ ୪୮.୭୧, ସମ୍ବଲପୁରରେ ୫୨.୭୭ ପ୍ରତିଶତ ଭୋଟିଂ ହୋଇଛି ।

ସେହିଭଳି ଆନନ୍ଦପୁରରେ ୫୭.୨୫, ଅନୁଗୁଳରେ ୫୦.୮୦, ଆଠଗଡ଼ରେ ୪୭, ଆଠମଲ୍ଲିକରେ ୫୦.୫୦, ବାଙ୍କୀରେ ୪୮.୩୦, ବାରବାଟୀ କଟକରେ ୩୫.୩୦, ବଡ଼ମ୍ବାରେ ୪୫, ବେଗୁନିଆରେ ୫୧.୬୦, ଭୁବନେଶ୍ବର ମଧ୍ୟରେ ୩୦.୩୭, ଭୁବନେଶ୍ବର ଉତ୍ତରରେ ୪୧.୫୦, ବ୍ରହ୍ମଗିରିରେ ୫୨, ଚମ୍ପୁଆରେ ୫୨.୩୫, ଛେଣ୍ଡିପଦାରେ ୫୧.୪୦, ଚିଲିକାରେ ୪୯.୪୦, ଚୌଦ୍ବାର କଟକରେ ୩୮, କଟକ ସଦରରେ ୪୦, ଦେବଗଡ଼ରେ ୫୬, ଢ଼େଙ୍କାନାଳରେ ୪୪.୨୫, ଏକାମ୍ର ଭୁବନେଶ୍ବରରେ ୪୦, ଘଷିପୁରାରେ ୫୩.୮୫, ହିନ୍ଦୋଳରେ ୫୦.୮୩, ଜଟଣୀରେ ୪୧.୩୦, ଜୟଦେବ ଭୁବନେଶ୍ବରରେ ୪୯.୬୦, କାମାକ୍ଷାନଗରରେ ୫୦.୮୮, କରଞ୍ଜିଆରେ ୫୧.୦୫, କେନ୍ଦୁଝରରେ ୪୯.୮୬, ଖଣ୍ଡପଡ଼ାରେ ୫୪, ଖୋର୍ଦ୍ଧାରେ ୪୫.୧୬, କୁଚିଣ୍ଡାରେ ୫୮.୬୦, ନୟାଗଡ଼ରେ ୪୫.୨୦, ପାଲଲହଡ଼ାରେ ୬୨.୧୩, ପରଜଙ୍ଗରେ ୪୫.୮୭, ପାଟଣାରେ ୫୫.୨୩, ପିପିଲିରେ ୫୪, ପୁରୀରେ ୪୪, ରେଢ଼ାଖୋଲରେ ୫୩.୨୦, ରଣପୁରରେ ୪୨, ରେଙ୍ଗାଲିରେ ୫୬.୦୬, ସମ୍ବଲପୁରରେ ୪୨.୭୦, ସତ୍ୟବାଦୀରେ ୫୪, ତାଳଚେରରେ ୫୨, ତେଲକୋଇରେ ୨୫୩୨୧ ପ୍ରତିଶତ ହୋଇଛି ।

You Can Read :

କାଜୁ ବଗିଚାରେ ଫୁଟିଲା ଗୁଳି, ଦୁଇ ଗୁରୁତର ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.