ଦାଦନ ଖଟିବାକୁ ଯାଇ ଜୀବନଗଲା ; ହତ୍ୟା ଅଭିଯୋଗ
9/06/2018 at 11:51 AM

ରାଜ୍ୟରେ ନିଯୁକ୍ତିର ଅଭାବ ଯୋଗୁ ଯୁବକ ମାନଙ୍କୁ କାମ ମିଳୁନାହିଁ। ଫଳରେ ବାଧ୍ୟ ହୋଇ ଯୁବକମାନେ ରାଜ୍ୟ ବାହାରକୁ ରୋଜଗାର କରିବା ପାଇିଁ ଦାଦନ ଖଟିବାକୁ ଯାଉଛନ୍ତି। ସେଥିପାଇିଁ ରାଜ୍ୟରେ ଦିନକୁ ଦିନ ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାଶନ ଏହି ଦାଦନ ସମସ୍ୟାକୁ ରୋକିବା ପାଇିଁ ଏକ ପ୍ରକାର ବିଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏପରି ଏକ ଦାଦନ ସମସ୍ୟା ଦେଖାଦେଇଛି ଢେଙ୍କନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗ୍ରାମ ୪ନଂ କଲୋନିରେ।
କଙ୍କଡାହାଡ ଥାନା କଣ୍ଟାପାଳ ଗ୍ରାମ ୪ନଂ କଲୋନିର ବ୍ରଜ ନାୟକଙ୍କ ଏକ ମାତ୍ର ପୂଅ ସନ୍ତୋଷ ନାୟକ(୨୭)। ରୋଜଗାର କରି ପରିବାର ପ୍ରତିପୋଷଣ କରିବା ଆଶାରେ ଆଜକୁ ୨ବର୍ଷ ତଳେ ତାମିଲନାଡୁ ଯାଇଥିଲେ । ସେଠାରେ ଏକ କମ୍ପାନିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।ଗତକାଲି ପରିବାର ଲୋକଙ୍କୁ ସଧ୍ୟାରେ ପର୍ଜଙ୍ଗ ଥାନାରୁ ଖବର ଆସିଲା ଯେ ତୁମର ପୂଅ ସନ୍ତୋଷ ତାର ମୃତ୍ୟୁ ହୋଇଛି ଓ ତାଙ୍କୁ କେହି ମାରି ଦେଇଛି । ଏହା ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ସତେ ଯେମିତି ମାଟି ଖସିଯାଇଥିଲା।ଖବର ଶୁଣିବା ପରଠାରୁ ଘରେ ଆଉ ଚୁଲି ଜଳୁନାହିଁ । ପୁଅକୁ ମାସ ଶେଷରେ ଯାହା ପାରିଶ୍ରମିକ ମିଳୁଥିଲା ସେଥିରେ ନିଜେ ଚଳିବା ସହ ଘରକୁ ମଧ୍ୟ ପଠାଉଥିଲେ।ଘରେ ବାପା,ମା,ସ୍ତ୍ରି ଓ ପୁଅ,ଝିଅ ବଡ କଷ୍ଟରେ ଚଳିଯାଉଥିଲେ । ଘରେ ବାପା ଦିନ ମଜୁରିଆ ଭାବେ ମଧ୍ୟ କାମ କରନ୍ତି।ତେବେ ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ପରବାର ସଂମ୍ପୁର୍ଣ ବେସାହାରା ହୋଇପଡିଛି।ପୁଅକୁ ହରାଇ ମା ବାହୁନି ବାହୁନି କାନ୍ଦୁଥିବା ବେଳେ ,ସ୍ତ୍ରିର ଆଖିରୁ ୨ଦିନ ହେଲା ଲୁହ ଶୁଖୁନି । ଏପଟେ ସନ୍ତୋଷଙ୍କର ପୁଅ ଓ ଝିଅ କିଛି ବୁଝି ନପାରି ବାପାର ଫେରିବା ବାଟକୁ ଚାହିଁ ରହିଛନ୍ତି ।
ସନ୍ତୋଷଙ୍କ ମୃତ୍ୟୁକୁ ୨ଦିନ ବିତିଲାଣି। ତାମିଲନାଡୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏପଟେ ପରିବାରର ଆର୍ଥିକ ସମ୍ବଳ ଅତ୍ୟନ୍ତ ଦୂର୍ବଳ ହୋଇଥିବା କାରଣରୁ ଦୂର ତାମିଲନାଡୁରୁ ପୁଅର ଶବକୁ ମଧ୍ୟ ଆଣିବାକୁ ସମ୍ଭବ ହେଉନାହିଁ। ଯାହା ଫଳରେ କି ଏବେ ଶବ ତାମିଲନାଡୁର କୋଏମ୍ବାଟୁର ମେଡିକାଲ କଲେଜରେ ପଡିରହିଛି। ପରିବାର ଗରିବ ହୋଇଥିବାରୁ ପଇସାର ଅଭାବ ଥିବା ଯୋଗୁ ସନ୍ତୋଷଙ୍କ ଶବକୁ ଆଣି ସମ୍ଭବ ହେଉନାହିଁ,ତେଣୁ ଜିଲ୍ଲା ପ୍ରଶାଶନ ସହାୟତା କରିବା ପାଇିଁ ନିବେଦନ କରିଛନ୍ତି ଗ୍ରାମବାସି। ତେବେ ଏନେଇ ଜିଲ୍ଲାପାଳ କହିଛନ୍ତି,ସେଠାକାର ଜିଲ୍ଲାପାଳଙ୍କ ସହିତ କଥାହୋଇ ଶବକୁ କିପରି ତାଙ୍କର ଘରକୁ ଫେରିବ ସେ ଆଲୋଚନା କରିବି।
ତେବେ ଏଥିରୁ ପ୍ରମାଣିତ ହେଉଛିକି ସରକାର ଦାଦନ ରୋକିବାରେ ବିଫଳ।ଦାଦନ ଶ୍ରମିକ ରୋକିବାରେ ସରକାରଙ୍କର କୈାଣସି ଯୋଜନା କାମରେ ଅାସୁନାହିଁ।ଏପରିକି ଯେଉଁ ଶ୍ରମିକ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ସେମାନେ ପଞ୍ଜିକୃତ ହେଉନଥିବା ଜଣାପଡିଛି।